fbpx

ଇ-ଟିକେଟ ଠକେଇର ପର୍ଦ୍ଦାଫାସ, ଜଣେ ଗିରଫ

ଭୁବନେଶ୍ୱର, ୧୫ା୨(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ଅପରାଧ ବୃଦ୍ଧି ପାଇବାରେ ଲାଗିଛି । କହିବାକୁୁ ଗଲେ ଅପରାଧର ପେଣ୍ଠସ୍ଥଳୀ ପାଲଟିଛି ରାଜଧାନୀ ଭୁବନେଶ୍ୱର । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରେ ଇ-ଟିକେଟ ଠକେଇ ହୋଇଥିବା ଜଣାପଡ଼ିଛି । ନକଲି ଏଜେଣ୍ଟ ବିଷ୍ଣୁପ୍ରସାଦ ପଟ୍ଟନାୟକ ଏହି ମାମଲାରେ ଗିରଫ ହୋଇଛନ୍ତି । ତାଙ୍କ ନିକଟରୁ ୭ଶହରୁ ଅଧିକ ଟ୍ରେନ ଟିକେଟ ଜବତ କରିଛି ଆରପିଏଫ । ସେ ୪୦ରୁ ଅଧିକ ନକଲି ଆକାଉଣ୍ଟ ଖୋଲି ଠକେଇ କରୁଥିଲେ । ଟ୍ରାଭେଲ ଏଜେନ୍ସି ଓ ଯାତ୍ରୀଙ୍କୁ ଚଢ଼ା ଦରରେ ସେ ଟିକେଟ ବିକୁଥିବା ନେଇ ସୂଚନା ମିଳିଛି ।

Get real time updates directly on you device, subscribe now.