fbpx
BJD
BJD SKY
BJD SKY

ପୂଜାଙ୍କ ଦମଦାର ଅର୍ଦ୍ଧଶତକ ପରେ ବି ହାତ ଖାଲି: ୬ ୱିକେଟରେ ମ୍ୟାଚ ଜିତିଲା ଅଷ୍ଟ୍ରେଲିଆ

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ପରାଜୟର ସାମ୍ନା କରିଛି ଭାରତୀୟ ମହିଳା କ୍ରିକେଟ ଦଳ । ଦିନିକିଆରେ ଲଗାତାର ଷଷ୍ଠ ପରାଜୟ ତଥା ଘରୋଇ ମାଟିରେ ଅଷ୍ଟମ ମ୍ୟାଚରେ ପରାସ୍ତ ହୋଇଛି ଟିମ ଇଣ୍ଡିଆ । ଅଷ୍ଟ୍ରେଲିଆ ବିପକ୍ଷରେ ବିଶାଳ ସ୍କୋର କରିବା ପରେ ମଧ୍ୟ ଶେଷରେ ପରାସ୍ତ ହୋଇଛି ଭାରତୀୟ ମହିଳା ଟିମ୍ । ଏହି ମ୍ୟାଚକୁ ଷଷ୍ଠ ୱିକେଟରେ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ଇଣ୍ଡିଆନ୍ ଟିମର ଷ୍ଟାର ବ୍ୟାଟର ପୂଜା ବସ୍ତ୍ରକାରଙ୍କ ଦମଦାର ଅର୍ଦ୍ଧଶତକ ହାସଲ କରିବା ପରେ ମଧ୍ୟ ଭାରତକୁ ପରାଜୟର ସାମନା କରିବାକୁ ପଡ଼ିଛି ।

ପ୍ରଥମେ ବ୍ୟାଟିଂ କରି ଭାରତ ଅଷ୍ଟ୍ରେଲିଆକୁ ୨୮୩ ରନର ବିଶାଳ ଲକ୍ଷ୍ୟ ଦେଇଥିଲା । ଜେମିମା ରୋଡ୍ରିଗସ ଏବଂ ପୂଜା ବସ୍ତ୍ରକାରଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଭାରତ ୫୦ ଓଭରରେ ୮ ୱିକେଟ ହରାଇ ୨୮୨ ରନ୍ ସଂଗ୍ରହ କରିଥିଲା । ତେବେ ଏହାର ଜବାବରେ ଅଷ୍ଟ୍ରେଲିଆର ୩ ଜଣ ଖେଳାଳି ଅର୍ଦ୍ଧଶତକ ହାସଲ କରିଛନ୍ତି । ଫୋଇବେ ଲିଚଫିଲ୍ଡଙ୍କ ୭୮ ରନର ଦମଦାର ଇନିଂସ ସହିତ ଇଲିସ ପେରୀଙ୍କ ୭୫ ରନର ପାଳି ଅଷ୍ଟ୍ରେଲିଆକୁ ଏକ ବୃହତ୍ ବିଜୟ ଦେଇଛି । ତେବେ ଦ୍ୱିତୀୟ ୱିକେଟ ପାଇଁ ଉଭୟଙ୍କ ମଧ୍ୟରେ ୧୪୮ ରନର ଭାଗିଦାରୀ ଅଷ୍ଟ୍ରେଲିଆକୁ ବିଜୟର ଖୁବ ନିକଟରେ ପହଞ୍ଚାଇଥିଲେ । ଏହାବ୍ୟତୀତ ବେଥ୍ ମୁନୀ ୪୭ ବଲରୁ ୪୨ ରନର ଇନିଂସ ଏବଂ ତାଲିଆ ମ୍ୟାକଗ୍ରେଥଙ୍କ ୫୫ ବଲରୁ ୬୮ ରନ୍ ହାସଲ କରିଛନ୍ତି । ଉଭୟଙ୍କ ମଧ୍ୟରେ ୬୭ ବଲରୁ ୮୮ ରନର ପାର୍ଟନରସିପ ଭାରତକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇଛନ୍ତି ।

ତେବେ ଦମଦାର ବ୍ୟାଟିଂ ବଳରେ ଏହି ମ୍ୟାଚକୁ ୨୧ ବଲ ବାକି ଥାଇ ୬ ୱିକେଟରେ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ତେବେ ଅଷ୍ଟ୍ରେଲିଆ ବ୍ୟାଟରଙ୍କ ଆଗରେ ଭାରତୀୟ ବୋଲରଙ୍କ ବୋଲିଂ ଫିକା ପଡ଼ିଛି । ତେବେ ପ୍ରାରମ୍ଭିକ ଝଟକା ପରେ ଅଷ୍ଟ୍ରେଲିଆ ଏହି ମ୍ୟାଚରେ କମବ୍ୟାକ କରି ମ୍ୟାଚରେ ବିଜୟୀ ହୋଇଛି । ପ୍ରଥମ ୱିକେଟ ଭାବରେ ସ୍ନେହ ରାଣା ଏଲିସା ହେଲିଙ୍କୁ ପାଭିଲିୟନ୍ ପଠାଇଥିଲେ । କିନ୍ତୁ ଏହି ସଫଳତାକୁ ଆଗକୁ ନେବାରେ ବିଫଳ ହୋଇଛନ୍ତି ଭାରତୀୟ ବୋଲର ।

Get real time updates directly on you device, subscribe now.