fbpx

ଆକାଉଣ୍ଟରେ ପଇସା ନ ଥିଲେ ବି କାହା ପାଖରେ ପତାଇବାକୁ ପଡିବନି ହାତ, ଏହି ବ୍ୟବସ୍ଥାରେ ଉଠାଇପାରିବେ ୧୦,୦୦୦ଟଙ୍କା

ନୂଆଦିଲ୍ଲୀ: ଯଦି ଆପଣ ନୂଆ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ ଯାଉଛନ୍ତି ତେବେ ଏହା ନିଶ୍ଚୟ ପଚାରନ୍ତୁ କି ଆପଣଙ୍କୁ ସେଠାରେ ଓଭରଡ୍ରାଫ୍ଟ ଫାସିଲିଟି ମିଳିବ କି ନା? ଯଦି ଆପଣଙ୍କର ଖାତା ପୂର୍ବରୁ ରହିଛି ତେବେ ବି ଏହି ସୁବିଧା ଅଛି କି ନା ବ୍ୟାଙ୍କକୁ ପଚାରି ବୁଝନ୍ତୁ । ଓଭରଡ୍ରାଫ୍ଟ ବା ଓଡିର ଫାସିଲିଟି ଆପଣଙ୍କୁ ଜରୁରୀ ସମୟରେ ବେଶ୍ କାମରେ ଆସିବ । ଯେଉଁମାନଙ୍କ ପାଖରେ ଜନଧନ ଖାତା ରହିଛି ସେମାନଙ୍କୁ ଏହି ସୁବିଧା ମିଳିବ ।

ଓଭରଡ୍ରାଫ୍ଟ ଫାସିଲିଟି ଏକ ପ୍ରକାର ଲୋନ୍ ହୋଇଥାଏ ଯାହା ବ୍ୟାଙ୍କ ଆପଣଙ୍କୁ ଅଫର କରିଥାଏ । କିନ୍ତୁ ଏଥିରେ ଖାସ୍ କଥା ହେଉଛି ଏଥିପାଇଁ ଆପଣଙ୍କୁ ବ୍ୟାଙ୍କ ଯାଇ ଫର୍ମ ଭରିବାକୁ କିମ୍ବା ଅପେକ୍ଷା କରିବାର ଆବଶ୍ୟକତା ପଡିବନି । ଓଡି ସୁବିଧା ଆପଣଙ୍କୁ ତୁରନ୍ତ ମିଳିବ । ଆପଣ କୌଣସି ବି ଏଟିଏମରେ ପଇସା ବାହାର କରିପାରିବେ । ତେବେ ଆପଣଙ୍କୁ କେତେ ଟଙ୍କା ମିଳିବ ତାହା ପୂର୍ବରୁ ହିଁ ଧାର୍ଯ୍ୟ ହୋଇଥାଏ ।

ସବୁ ବ୍ୟାଙ୍କ ଓଡିର ମାତ୍ରା ଅଲଗା ଅଲଗା ଧାର୍ଯ୍ୟ କରିଥାଏ । କିନ୍ତୁ କାହାପାଖରେ ଜନଧନ ଖାତା ଥିଲେ ତାଙ୍କୁ ଓଡି ମାଧ୍ୟମରେ ୧୦,୦୦୦ଟଙ୍କା ମିଳିପାରେ । ବ୍ୟକ୍ତି ଏହି ପଇସା ସିଧା ଏଟିଏମ୍‌ରୁ ବାହାର କରିପାରିବ । ଓଡି ଜରିଆରେ ପଇସା ନେବା ପାଇଁ ଆପଣଙ୍କୁ ଆକାଉଣ୍ଟରେ ପଇସା ରଖିବାର ଆବଶ୍ୟକତା ନାହିଁ । ଜନଧନ ଖାତା ଧାରକଙ୍କ ଆକାଉଣ୍ଟରେ ଆଦୌ ପଇସା ନ ଥିଲେ ବି ସେ ୧୦,୦୦୦ଟଙ୍କା ଉଠାଇପାରିବେ । ବ୍ୟକ୍ତିଙ୍କୁ ପରବର୍ତ୍ତୀ ସମୟରେ ଏହି ପଇସା ସୁଧ ସହ ଫେରାଇବାକୁ ହେବ । ତେବେ ଏହି ଓଡି କେବଳ ୧୦,୦୦୦ ଟଙ୍କାର ହୋଇ ନ ଥାଏ ବହୁ ବ୍ୟାଙ୍କ ଏହାଠାରୁ ଅଧିକ ଟଙ୍କା ମଧ୍ୟ ଦେଇଥାନ୍ତି । କିନ୍ତୁ ଏହି ଆକାଉଣ୍ଟରେ ଆପଣଙ୍କୁ ମିନିମମ୍ ବାଲାନ୍ସ ମେଣ୍ଟେନ କରିବା ଉପରେ ଧ୍ୟାନ ରଖିବାକୁ ହେବ ।

Get real time updates directly on you device, subscribe now.