fbpx
BJD SKY
BJD SKY

ପ୍ରତ୍ୟେକ କର୍ମଚାରୀଙ୍କୁ ମିଳିବ ୩.୫ ଲକ୍ଷ ଟଙ୍କା ବୋନସ: ଘୋଷଣା କଲା ଏହି ଲୋକପ୍ରିୟ କମ୍ପାନୀ

BJD

ନୂଆଦିଲ୍ଲୀ: ଏକ ଲଗଜରୀ ବ୍ରାଣ୍ଡ କମ୍ପାନୀ ଏବେ କର୍ମଚାରମାନଙ୍କୁ ଦେଇଛି ଏକ ବଡ ଖୁସିଖବର । ବୈଶ୍ୱିକ ସ୍ତରରେ ନିଜ ବ୍ରାଣ୍ଡର କର୍ମଚାରୀଙ୍କ ପାଇଁ ଏକ ଉପାହର ଭେଟି ଦେଇଛି । ବିଜନେସରେ ଲାଭ ଏବଂ ବିକ୍ରି ଲଗାତାର ବୃଦ୍ଧି ପାଉଥିବାରୁ ଏହା ଶ୍ରେୟ ସେ କର୍ମଚରୀମାନଙ୍କୁ ଦେବା ପାଇଁ ସ୍ଥିର କରିଛି । ତେଣୁ ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ କାମ କରୁଥିବା ପ୍ରାୟ ୨୦ହଜାର କର୍ମଚାରୀଙ୍କୁ ୩.୫ ଲକ୍ଷ ଟଙ୍କା ଲେଖାଏଁ ବୋନସ ଦେବ ଏହି କମ୍ପାନୀ ।

ସୂଚନା ଅନୁସାରେ, ଫ୍ରାନ୍ସର ଏକ ଲଗଜରୀ ବ୍ରାଣ୍ଡ ହରମେସ କମ୍ପାନୀର ବେନିଫିଟ୍ସ ଏବଂ ଆୟକୁ ନଜରରେ ରଖି କର୍ମଚାରୀମାନଙ୍କୁ ବୋନସ ଦେବାର ଯୋଜନା କରିଛି । ଫେବୃଆରୀ ଶେଷ ସୁଦ୍ଧା କମ୍ପାନୀର ୧୯,୭୦୦ କର୍ମଚାରୀଙ୍କୁ ଏକାସାଙ୍ଗରେ ବାର୍ଷିକ ବୋନସ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛି । ଏଡାବ୍ୟତୀତ ସେମାନଙ୍କ ବେତନ ମଧ୍ୟ ୬% ବୃଦ୍ଧି କରାଯାଇଛି । ଚମଡା ଏବଂ ଫାଶନ ସହିତ ଲାଇଫଷ୍ଟାଇଲର ସମସ୍ତ ଉତ୍ପାଦ ଗଢିବାରେ ମାହିର ହେଉଛି ଏହି କମ୍ପାନୀ । ଗତ ସପ୍ତାହରେ ବିଶ୍ଳେଷକଙ୍କ ସହ ଏକ ବୈଠକରେ ବୋନସ ଦେବା ନେଇ ପ୍ରସ୍ତାବ ରଖିଥିଲେ ସିଇଓ ଏକ୍ସଲ ଡୁମାସ । ତେବେ ପ୍ରାନ୍ସରେ ମୋଟ ୧୨,୪୦୦ କର୍ମଚାରୀଙ୍କୁ ବାର୍ଷିକ ୧୭ ମାସ ସହ ସମାନ ପରିମାଣର ଦରମା ପ୍ରଦାନ କରାଯିବ ।

ସୂଚନା ଅନୁସାରେ, ହାତରେ ସିଲେଇ ହେଉଥିବା ହ୍ୟାଣ୍ଡବ୍ୟାଗ ପାଇର୍ ଜଣାଶୁଣା ହରମେସ ବ୍ରାଣ୍ଡ ୨୦୨୨ରେ ୧.୧୬ବିଲିୟନ ଏବଂ ୨୦୨୧ରେ ୨୩ ପ୍ରତିଶତ ଅଧିକ ଆୟ କରିଛି । ଏହାଦ୍ୱାରା କମ୍ପାନୀ ଅନେକ ବ୍ରାଣ୍ଡକୁ ମଧ୍ୟ ପଛରେ ପକାଇ ଦେଇଛି । ତେବେ ହରମେସ ଏବେ ଅନ୍ୟ ୨ ଲଗଜରୀ ବ୍ରାଣ୍ଡ ବୁଇଟନ ଏବଂ ଚାନେଲ ପରେ ତୃତୀୟ ଲାଭଦାୟକ କମ୍ପାନୀ ପାଲଟିଛି ।

Get real time updates directly on you device, subscribe now.