fbpx

(Video) ଆପଣ ଆସିଲେ ‘ରାମ ସିୟା ରାମ…’ ବାଜୁଛି: ଆଫ୍ରିକି ବ୍ୟାଟରଙ୍କୁ ଚିଡ଼ାଇଲେ ରାହୁଲ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ବିଜୟ ହାସଲ କରି ସିରିଜ ଜିତିଛି ଟିମ ଇଣ୍ଡିଆ । ଦିନିକିଆ ସିରିଜକୁ ୨-୧ରେ ଜିତି ଅଧିନାୟକ କେ.ଏଲ ରାହୁଲ ମଧ୍ୟ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି । ସଞ୍ଜୁ ସାମସନଙ୍କ ଦମଦାର ଶତକ ସହିତ ଅର୍ଶଦୀପ ସିଂହଙ୍କ ଘାତକ ବୋଲିଂ ବଳରେ ଭାରତ ଏହି ମ୍ୟାଚକୁ ୭୮ ରନରେ ବିଜୟ ହାସଲ କରିଛି । ତେବେ ଏହି ମ୍ୟାଚରେ ଭାରତର ଅଧିନାୟକ କେ.ଏଲ ରାହୁଲ ଏବଂ ଦକ୍ଷିଣ ଆପ୍ରିକା ବ୍ୟାଟର କେଶବ ମହାରାଜଙ୍କ ମଧ୍ୟରେ ଏକ ମଜାଦାର ଦୃଶ୍ୟ ଦେଖିବାକୁ ମିଳିଛି ।

ଦକ୍ଷିଣ ଆଫ୍ରିକାର ଇନିଂସରେ ଭାରତ ପାଇଁ ୩୪ତମ ଓଭର ନେଇ ଆସିଥିଲେ ଷ୍ଟାର ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର । ଏହି ଓଭରର ଦ୍ୱିତୀୟ ବଲରେ ଆଫ୍ରିକାର ୱିଆନ ମୁଲ୍ଡରଙ୍କ ୱିକେଟ ହାସଲ କରିଥିଲେ । ଏହାପରେ ମଇଦାନକୁ ଆଫ୍ରିକାର ଷ୍ଟାର ଅଲରାଉଣ୍ଡର କେଶବ ମହାରାଜ ଆସିଥିଲ । ତେବେ ଏହି ସମୟରେ ଏକ ମଜାଦାର ଘଟରା ଦେଖିବାକୁ ମିଳିଛି । କେଶବ ମହାରାଜ ବ୍ୟାଟିଂ ପାଇଁ ଗାର୍ଡ ନେବା ସମୟରେ ପଡ଼ିଆରେ ଡିଜେ ‘ଆଦିପୁରୁଷ’ ଚଳଚ୍ଚିତ୍ରର ‘ରାମ ସିୟା ରାମ୍’ ବଜାଇଛନ୍ତି । ତେବେ ଏହାକୁ ଶୁଣି ଟିମ ଇଣ୍ଡିଆର ଅଧିନାୟକ ରାହୁଲ ନିଜ ହସକୁ କଣ୍ଟ୍ରୋଲ କରି ପାରି ନଥିଲେ ।

ଏହାପରେ କେଶବ ମହାରାଜଙ୍କୁ ରାହୁଲ କହିଛନ୍ତି ଯେ, କେଶବ ଭାଇ, ଆପଣ ଯେତେବେଳେ ବି ଆସୁଛନ୍ତି, ସେମାନେ ଏହି ଗୀତ ବଜାଉଛନ୍ତି । ଏହାର ଉତ୍ତରରେ କେଶବ ମଧ୍ୟ ହସି ହସି ହଁ ବୋଲି ଉତ୍ତର ଦେଇଥିଲେ । ଏହାପରେ ପୁଣି ରାହୁଲ କହିଥିଲେ ଯେ, ଯେତେବେଳେ କେଶବ ବୋଲିଂ କରିବାକୁ ଆସନ୍ତି ସେତେବେଳେ ମଧ୍ୟ ଏହି ଗୀତ ବଜାଯାଏ । ତେବେ ଉଭୟଙ୍କ ମଧ୍ୟରେ ଏହି ବାର୍ତ୍ତାଳପର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାସହିତ ଭାିରାଲ ହେଉଛି କେଶବ ମହାରାଜ ମଇଦାନକୁ ଆସିବା ସମୟରେ ରାମ ସିୟା ରାମ୍ ଗୀତ ବାଚଜୁଥିବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟିଛି ।

ଏହି ମ୍ୟାଚରେ କେଶବ ମହାରାଜ ବୋଲିଂରେ ୩୭ ରନ୍ ବ୍ୟୟ କରି ଗୋଟିଏ ୱିକେଟ ଅକ୍ତିଆର କରିଥିବା ବେଳେ ବ୍ୟାଟିଂରେ ମାତ୍ର୨୭ ରନ୍ କରିବାରେ ସକ୍ଷମ ହୋଇଛନ୍ତି । ତେବେ ଅର୍ଶଦୀପଙ୍କ ଏହି ଦମଦାର ବୋଲିଂ ବଳରେ ସାଉଥ ଆପ୍ରିକା ୭୮ ରନ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ରୋକିବାରେ ସଫଳ ହୋଇଛି । ପ୍ରଥମେ ଟି-୨୦ ଏବଂ ପରେ ଦିନିକିଆ ସିରିଜ ହାତେଇବା ପରେ ବର୍ତ୍ତମାନ ଭାରତର ନଜର ଟେଷ୍ଟ ସିରିଜ ଉପରେ ରହିଛି ।

Get real time updates directly on you device, subscribe now.