fbpx

ପ୍ରତିଦିନ ଲେମ୍ବୁ ପାଣି ପିଉଥିଲେ ସାବଧାନ, ଏହି ସମସ୍ୟାରେ ପଡିପାରନ୍ତି !

ଖରାଦିନ ହେଉ କିମ୍ବା ଶୀତ ଦିନ ଲେମ୍ବୁ ପାଣି ପିଇବାକୁ ଭଲ ଲାଗିଥାଏ। ଏହାସହ ଲେମ୍ବୁ ପାଣି ପିଇବା ସ୍ୱାସ୍ଥ୍ୟ ଲାଗି ହିତକର ହୋଇଥାଏ।ଲେମ୍ବୁରେ ଥିବା ଔଷଧୀୟ ଗୁଣ ଅନେକ ରୋଗରୁ ମୁକ୍ତି ଦେଇଥାଏ। କିନ୍ତୁ ପ୍ରତିଦିନ ଲେମ୍ବୁପାଣି ପିଇବା ସ୍ବାସ୍ଥ୍ୟ ପ୍ରତି ଭଲ  ହୋଇନଥାଏ। ତେବେ ଆସନ୍ତୁ ଜାଣିବା ଅଧିକ ଓ ପ୍ରତିଦିନ ଲେମ୍ବୁ ପାଣି ପିଇଲେ କେଉଁ ସମସ୍ୟା ଦେଖା ଦେଇଥାଏ।

ଲେମ୍ବୁପାଣି ପିଇବା ଦ୍ୱାରା ବାରମ୍ବାର ପରିସ୍ରା ଲାଗିଥାଏ ଏବଂ ବାରମ୍ବାର ପରିସ୍ରା ଯିବା ଦ୍ୱାରା ଶରୀରରୁ କ୍ୟାଲସିୟମ୍‌ ପରିସ୍ରା ସହ ବାହାରି ଯାଇଥାଏ। ତେଣୁ ହାଡ ସହ ଜଡିତ କୌଣସି ରୋଗରେ ପୀଡିତ ଥିଲେ ଲେମ୍ବୁପାଣି ପିଅନ୍ତୁ ନାହିଁ।

ଗ୍ୟାସ୍‌ ସମସ୍ୟା ଥିଲେ ଲେମ୍ବୁପାଣି ପିଅନ୍ତୁ ନାହିଁ। କାରଣ ଲେମ୍ବୁରେ ଏସିଡ୍‌ର ପରିମାଣ ଅଧିକ ପରିମାଣରେ ଥିବାରୁ ଏହା ସମସ୍ୟା ଆହୁରି ବଢ଼ାଇ ଦେଇଥାଏ।

ଅଲ୍‌ସର୍‌ ସମସ୍ୟା ଥିଲେ ଲେମ୍ବୁ ଖାଆନ୍ତୁ ନାହିଁ।

ପରିସ୍ରା ଜନିତ ସମସ୍ୟା ଥିଲେ ଲେମ୍ବୁପାଣିଠାରୁ ଦୂରେଇ ରୁହନ୍ତୁ।

ପ୍ରତିଦିନ ଲେମ୍ବୁ ପାଣି ପିଇଲେ ଦାନ୍ତର ଇନେମଲ ଖରାପ ହୋଇଯାଇଥାଏ ଓ ଯାହାଫଳରେ ଦାନ୍ତ ଖରାପ ହେବାରେ ଲାଗିଥାଏ।

Get real time updates directly on you device, subscribe now.