fbpx

ଦେଶରେ ସମସ୍ତଙ୍କୁ ମିଳିବ କରୋନା ଟିକା: ମୋଦୀ

ନୂଆଦିଲ୍ଲୀ,୨୯ ।୧୦: ଦେଶର ସମସ୍ତଙ୍କୁ ମିଳିବ କୋରୋନା ପ୍ରତିଷେଧକ ଟିକା । ଏନେଇ ଏକ ଇଂରାଜୀ ଖବରକାଗଜ ସହ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ‘ ଠିକ୍ ସମୟରେ ଲକଡାଉନ ଘୋଷଣା ଅନେକ ଜୀବନ ବଞ୍ଚାଇଛି । ଭାରତର ଅର୍ଥ ବ୍ୟବସ୍ଥା ସ୍ୱାଭାବିକ ହେବାରେ ଲାଗିଛି ।୨୦୨୪ ସୁଦ୍ଧା ୫ ଲକ୍ଷ କୋଟି ଡଲାରର ଅର୍ଥନୀତିର ଲକ୍ଷ୍ୟ ପୂରଣ କରିବୁ ।’

ଏହା ସହ ଦେଶର ୫ଟି କ୍ଷେତ୍ରରେ ଅଗ୍ରଗତିର ସୂଚନା ଦେଇଛନ୍ତି ମୋଦି । କୃଷି, ବିଦେଶୀ ପୁଞ୍ଜି ନିବେଶ, ଅଟୋମୋବାଇଲ୍ କ୍ଷେତ୍ରରେ ସୁଧାର, ଶିଳ୍ପୋଦ୍ୟୋଗ ଓ ଇପିଏଫଓ କ୍ଷେତ୍ରରେ ମଧ୍ୟ ଅଗ୍ରଗତି ହୋଇଛି । କେନ୍ଦ୍ରର କୃଷି ଆଇନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ବିରୋଧୀ କେନ୍ଦ୍ର ସରକାରଙ୍କୁ ବାହାଦୁରି ଦେବାକୁ ଚାହୁଁ ନାହାନ୍ତି ।’

Get real time updates directly on you device, subscribe now.