fbpx

ଜଳକୁ ଠିକ୍ ଭାବେ ପିଇବା ଶିଖନ୍ତୁ: ନଚେତ୍ କିଡନୀ ସମସ୍ୟା, ପେଟରୋଗ ଓ ଏସିଡିଟି ହୋଇପାରେ, ଆୟୁର୍ବେଦର ନିୟମ ମାନନ୍ତୁ

ନୂଆଦିଲ୍ଲୀ: ଖରା, ବର୍ଷା, ଶୀତ ସବୁ ସିଜିନରେ ଜଳ ଆମ ପାଇଁ ନିହାତି ଆବଶ୍ୟକ । ଯଦିଓ ଲୋକମାନେ ଖରାଦିନେ ଅଧିକ ଜଳପାନ କରିଥାନ୍ତି ମାତ୍ର ଅନ୍ୟ ସମୟରେ ବି ଜଳର ଯଥେଷ୍ଟ ଆବଶ୍ୟକତା ରହିଥାଣ୍ଟ । ତେବେ ଅନେକ ସମୟରେ ଆମେମାନେ, ବସିକରି, ନଇଁକରି, ଠିଆହୋଇ, କାମ କରିବା ସମୟରେ ପାଣି ପିଇଥାଆନ୍ତି । ତେବେ ଜଳକୁ କିପରି ପିଇବା ଆବଶ୍ୟକ, ସେନେଇ ସମସ୍ତେ ନିହାତି ଜାଣିବା ଆବଶ୍ୟକ । ନଚେତ୍ ଏହା ଶରୀରର ପାଇଁ କ୍ଷତିକାରକ ହେବାର ସମ୍ଭାବନା ରହିଥାଏ ।

ଆପଣମାନେ ବୋଧହୁଏ ଜାଣିନଥିବେ, ଠିଆ ହୋଇ ପାଣି ପିଇବା ଆପଣଙ୍କ ପାଇଁ ବହୁତ କ୍ଷତିକାରକ ହୋଇପାରେ । ଠିଆ ହୋଇ ପାଣି ପିଇବା ଆପଣଙ୍କ ପାଇଁ ବିପଦ ଡାକି ଆଣିପାରେ । ଆମ ଶରୀରର ୭୦ ପ୍ରତିଶତ ଜଳ ରହିଥିବା ବେଳେ ଜଳ ମାଧ୍ୟମରେ ବିଭିନ୍ନ ଅଂଶକୁ ପୋଷକ ତତ୍ତ୍ୱ ଯାଇଥାଏ । ଠିଆ ହୋଇ ଜଳ ପାନ କରିବା ଫଳରେ ଆମ ଶରୀରକୁ କ୍ଷତି ପହଞ୍ଚାଏ ବୋଲି ଆୟୁର୍ବେଦରେ କୁହାଯାଇଛି ।

ଯଦି ଆପଣମାନେ ଠିଆ ହୋଇ ପାଣି ପିଉଛନ୍ତି ତେବେ ତାହା ଫୋର୍ସ ସହିତ ଶରୀର ମଧ୍ୟକୁ ସିଧାସଳଖ ଚାଲିଯାଇଥାଏ । ଫଳରେ ଏହାର ପ୍ରଥମ ପ୍ରଭାବ ଆମ ପେଟ ଉପରେ ପଡ଼ିଥାଏ । ଏହା କାରଣରୁ ଆମର ଏସିଡିଟି ହୋଇପାରେ । ଏହାଛଡ଼ା ଠିଆ ହୋଇ ପାଣି ପିଇବା ଫଳରେ ଡାଇଜେଷ୍ଟିଭ୍ ଟ୍ୟାକ୍ଟ ଦ୍ରୁତ ହୋଇଯାଇଥାଏ । ଏପରି ସ୍ଥିତିରେ ଡାଇଜେଷ୍ଟିଭ ଟ୍ରାକ୍ଟ ଯେତେ ପାଣି ଗ୍ରହଣ କରିବା କଥା ତାହା କରିପାରେ ନାହିଁ ।

ତେଣୁ ଏହା ଆମର ଶରୀରର ନ୍ୟାଚୁରାଲ ନ୍ୟୁଟ୍ରିଏଣ୍ଟସ ଓ ଇଲେକ୍ଟ୍ରୋଲାଇଟସ ଉପରେ ଖରାପ ପ୍ରଭାବ ପକାଇଥାଏ । ଫଳରେ ଆମର କିଡନୀ ସମସ୍ୟା ଦେଖାଦେବା ସହ କିଡନୀରୁ ବିଷାକ୍ତ ପଦାର୍ଥ ବାହାରିବାରେ ସମସ୍ୟା ଉପୁଜିଥାଏ । ତେଣୁ ବସିକରି ଅଣ୍ଟାକୁ ସିଧା କରି ପାଣି ପିଇବାକୁ ଆୟୁର୍ବେଦରେ କୁହାଯାଇଛି । ଏହାଫଳରେ ପାଣି ଠିକ୍ ଭାବେ ଡାଇଜେଷ୍ଟିଭ୍ ଟ୍ରାକରେ ପହଞ୍ଚିପାରେ ଓ କିଡନୀ ପ୍ରଭାବିତ ହୋଇନଥାଏ । ତେଣୁ ଜଳକୁ କେଉଁପରି ଭାବେ ପିଇବା ଆବଶ୍ୟକ ସେନେଇ ସମସ୍ତେ ଜାଣିବା ଆବଶ୍ୟକ ।

Get real time updates directly on you device, subscribe now.