fbpx

ବିଜେପିରେ ସାମିଲ ହେବେ କିରଣ କୁମାର! ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମିଳିପାରେ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ନେଇ ଦେଶର ଜାତୀୟ ଓ ଆଞ୍ଚଳିକ ଦଳମାନେ ଅଚାନକ ଚଳଚଞ୍ଚଳ ହୋଇ ଉଠିଛନ୍ତି । ସବୁ ଦଳ ଏବେ ତୃଣମୂଳ ସ୍ତରରୁ ନିଜ ନିଜର ସଂଗଠନକୁ ସଜାଡ଼ିବା ସହ ନୂଆ ନେତାଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରୁଛନ୍ତି । ଏହା ମଧ୍ୟରେ ଆସନ୍ତା ମାସ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ହେବ । ଏଥିସହିତ ଚଳିତ ବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।

ତେଣୁ ନିର୍ବାଚନ ପୂର୍ବରୁ ଏବେ ରାଜନେତାଙ୍କର ଦଳ ଡିଅାଁ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ଗତ ମାସ ୧୩ ତାରିଖରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ସେ ତାଙ୍କର ଇସ୍ତଫା ପତ୍ର ଦଳର ରାଷ୍ଟ୍ରୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିକଟକୁ ପଠାଇଥିଲେ । କିରନ କଂଗ୍ରେସର ହାତ ଛାଡ଼ିବା ପରେ ସେ ବିଜେପି ହାତ ଧରିବେ ବୋଲି ଚର୍ଚ୍ଚା ହେଉଥିଲା ।

ତେବେ ଏହା ମଧ୍ୟରେ କିରଣଙ୍କୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ଆଜି କିରଣ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ଅବଶ୍ୟ ଏ ବାବଦରେ କିରଣ କି ବିଜେପି ପକ୍ଷରୁ କୌଣସି ଅଫିସିଆଲ ବୟାନ ଜାରି କରାଯାଇ ନାହିଁ । ପୂର୍ବରୁ କିରଣ ଏକ ଆଞ୍ଚଳିକ ଦଳ ଗଠନ କରି ବିଫଳ ହୋଇଥିଲେ । ତେଣୁ ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଆସୁଥିବାରୁ ସେ ବିଜେପିରେ ସାମିଲ ହୋଇ ପାରନ୍ତି ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଛି । ଏପରିକି ସେ ବିଜେପି ନେତୃତ୍ୱବୃନ୍ଦଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରି ଜାତୀୟ ରାଜନୀତିରେ ଏକ ପଦ ପାଇଁ ଆଶାୟୀ ଥିବା ମଧ୍ୟ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.