fbpx

ପୂର୍ବତନ ମନ୍ତ୍ରୀ ସାଧୁ ସିଂହ ଗିରଫ: ୫ ଥର ବିଧାୟକ ହୋଇଥିବା ନେତାଙ୍କ ବିରୋଧରେ EDର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ରହିଛି । ଏନେଇ ଏବେଠାରୁ ଦେଶର ରାଜନୈତିକ କ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଲାଣି । ଶାସକ ବିଜେପି ଓ ବିରୋଧୀ ‘ଇଣ୍ଡିଆ’ ମହାମେଣ୍ଟ ଏନେଇ ଅଙ୍କ କଷିବା ଆରମ୍ଭ କରିଦେଲେଣି । ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ପଞ୍ଜାବର ଜଣେ ବଡ଼ ନେତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଗିରଫ କରାଯାଇଛି ।

ସୂଚନା ମୁତାବକ, ପଞ୍ଜାବର ପୂର୍ବତନ ମନ୍ତ୍ରୀ ସାଧୁ ସିଂହ ଧର୍ମସୋତଙ୍କୁ ଇଡି ପକ୍ଷରୁ ଗିରଫ କରାଯାଇଛି । ଫରେଷ୍ଟ ଘୋଟାଲାକୁ ନେଇ ଏହି ଗିରଫଦାରୀ କରାଯାଇଥିବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି । ଗତ ନଭେମ୍ବର ମାସ ୩୦ ତାରିଖରେ ପଞ୍ଜାବ ସରକାରଙ୍କ ଦୁଇଜଣ ମନ୍ତ୍ରୀ ସାଧୁ ସିଂହ ଓ ସଙ୍ଗତ ସିଂହଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ବିରୋଧରେ ସର୍ଚ୍ଚ ଅପରେସନ ଜାରି କରାଯାଇଥିଲା ।

ରାଜ୍ୟର ବନ ବିଭାଗରେ ହୋଇଥିବା କୋଟି କୋଟି ଟଙ୍କାର ଠକାମି ମାମଲାରେ ସାଧୁଙ୍କୁ ଇଡି ଗିରଫ କରିଛି । ପୂର୍ବତନ ମନ୍ତ୍ରୀଙ୍କର ୧୪ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ଗତ ବର୍ଷ ପ୍ରାରମ୍ଭରେ ୫ ଥରର ବିଧାୟକ ସାଧୁ ସିଂହଙ୍କ ବିରୋଧରେ ଆୟବହିର୍ଭୁତ ଅଭିଯୋଗ ଆସିଥିଲା ଓ ତାଙ୍କୁ ପଞ୍ଜାବ ସତର୍କତା ବ୍ୟୁରୋ (ବିବି) ପକ୍ଷରୁ ଗିରଫ କରାଯାଇଥିଲା । ପଞ୍ଜାବର ଭଗବନ୍ତ ମାନଙ୍କ ଆମ୍ ଆଦମୀ ପାର୍ଟି (ଆପ) ସରକାର ପୂର୍ବରୁ ସାଧୁ ସିଂହଙ୍କୁ ଗିରଫ କରିଥିଲା । ଇଡି ପକ୍ଷରୁ ପୂର୍ବତନ ମନ୍ତ୍ରୀ ଓ ଅଧିକାରୀଙ୍କୁ ବିରୋଧରେ ୨ଟି ମାମଲା ଦାୟର କରିଥିଲା ।

Get real time updates directly on you device, subscribe now.