fbpx
BJD SKY
BJD SKY

ମୋ’ ପୁଅର ଜୀବନ ରକ୍ଷାକର… ଗୁହାରୀ କଲେ ପୂର୍ବତନ ବିଧାୟକ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଅ ପଡ଼ିଛି ଡାକ୍ତରଖାନା ବେଡ୍ ରେ । ଲଙ୍ଗ୍ସ ସଂକ୍ରମଣ ଜନିତ ସମସ୍ୟା ଯୋଗୁଁ ତାଙ୍କର ଶ୍ୱାସକ୍ରିୟାରେ ଉପୁ୍ଜିଛି ଗଭୀର ସମସ୍ୟା । ଶରୀରକୁ ଆବଶ୍ୟକ ଅମ୍ଳଜାନର ପ୍ରାକୃତିକ ପ୍ରକ୍ରିୟାରେ ଉଠିଛି ବାଧା । ଫଳରେ ତାଙ୍କୁ ଦରକାର କୃତ୍ରିମ ଉପାୟରେ ଉଚ୍ଚତମ ଚିକିତ୍ସା । କିନ୍ତୁ ସେଭଳି ସୁବିଧା ମିଳୁନି କଟକରେ । ତେଣୁ ମୋ ପୁଅର ଜୀବନ ସୁରକ୍ଷିତ କରାଅ ବୋଲି ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ ।

ସୋସିଆଲ୍ ସାଇଟ୍ ଜରିଆରେ ଶ୍ରୀ ନନ୍ଦ ଉପରୋକ୍ତ ମର୍ମରେ ସାହାଯ୍ୟ ପାଇଁ ରାଜ୍ୟ ସରକାରଙ୍କୁ ଗୁହାରୀ କରିଛନ୍ତି । ରୋଗ ଶଯ୍ୟାରେ ପଡ଼ିଥିବା ପୁଅର ଫଟୋ ସେଆର୍ ପୂର୍ବକ ଶ୍ରୀ ନନ୍ଦ ଲେଖିଛନ୍ତି ଯେ ତାଙ୍କ ପୁଅ ସମ୍ବିତ ନନ୍ଦର ଲଙ୍ଗ୍ସ ଇନଫେକ୍ସନ୍ ରହିଛି । ତେବେ ତାଙ୍କୁ ECMO ଚିକିତ୍ସା ବ୍ୟବସ୍ଥା ତୁରନ୍ତ ଦରକାର । କିନ୍ତୁ କଟକରେ ସେଭଳି ସୁବିଧା ମିଳିପାରୁନି । ତେଣୁ ସମ୍ବିତକୁ ଏଭଳି ଯନ୍ତ୍ରଣାରୁ ରକ୍ଷା କରିବାକୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଟୁଇଟ୍ ଜରିଆରେ ନିବେଦନ କରିଛନ୍ତି ।

ECMO କଣ?

working ecmo machine in intensive care department
working ecmo machine in intensive care department (File Image)

ଏହାର ପୂର୍ଣ୍ଣ ରୂପ ହେଉଛି Extracorporeal membrane oxygenation  ବା Extracorporeal life support (ECLS)  ଯାହା କି ଏକ ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀ । ଶ୍ୱାସକ୍ରିୟାରେ ଗମ୍ଭୀର ସମସ୍ୟା ଉପୁଜିଲେ ଏହାର ଆବଶ୍ୟକତା ପଡ଼ିଥାଏ । ହାର୍ଟ ଓ ଲଙ୍ଗ୍ସ ଯେତେବେଳେ ସେମାନଙ୍କ ସ୍ୱାଭାବିକ କାର୍ଯ୍ୟ କରିବାରେ କ୍ଷୀଣ ହୋଇଆସନ୍ତ ସେତେବେଳେ ଇସିଏମଓ ତଥା କୃତ୍ରିମ ଉପାୟରେ ଶ୍ୱାସକ୍ରିୟକୁ ତ୍ୱରାନ୍ୱିତ କରିବା ବ୍ୟବସ୍ଥା କରାଯାଇଥାଏ ।

Get real time updates directly on you device, subscribe now.