fbpx

ପୁରୁଷଙ୍କ ମନସ୍ତତ୍ତ୍ୱ ପଢିବାର କୌଶଳ ଶିଖାଉଛନ୍ତି ମହିଳା ଗୁପ୍ତଚର ଆଲିୟା ରୋଜା, କେତେ ରହିଛି ତାଙ୍କ ଫି’ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ଗୁପ୍ତଚରଙ୍କ ଦୁନିଆ ଯେତିକି ବିସ୍ମୟକର ହୋଇଥାଏ ସେତିକି ରହସ୍ୟମୟ ବି ହୋଇଥାଏ । ସାଧାରଣ ଲୋକ ସେମାନଙ୍କ ମଧ୍ୟରେ ରହି ବି ସେମାନଙ୍କୁ ବୁଝି ପାରି ନ ଥାନ୍ତି । ସାରା ବିଶ୍ୱରେ ବହୁ ଗୁପ୍ତଚରଙ୍କ କାହାଣୀ ପ୍ରସିଦ୍ଧି ଲାଭ କରିଛି । କିନ୍ତୁ ଏମାନଙ୍କ ସହ ସର୍ବସାଧାରଣରେ ମିଶିବା ଅସମ୍ଭବ ହୋଇଥାଏ । ଏବେ ରୁଷିଆର ଜଣେ ପୂର୍ବତନ ଗୁପ୍ତଚରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।

ବିଦେଶୀ ଏଜେଣ୍ଟଙ୍କୁ ନିଜ କଥା ଜାଲରେ ଫସାଇ ସେମାନଙ୍କ ଠାରୁ କଥା ଆଦାୟ କରିବାରେ ମାହିର ମହିଳା ଗୁପ୍ତଚର ଆଲିୟା ରୋଜା ନିଜର ଟ୍ରିକ୍ସକୁ ନେଇ ଖୁଲାସା କରିଛନ୍ତି । ଏହା ସହିତ ସେ ନିଜକୁ ମହିଳା ଜେମସ୍ ବଣ୍ଡ ବୋଲି କହୁଛନ୍ତି । ୩୯ ବର୍ଷୀୟା ଆଲିୟା ଏବେ ଅନ୍ୟମାନଙ୍କୁ ଏହି ଟ୍ରିକ୍ସ ଶିଖାଇବା ଲାଗି ଏକ କୋର୍ସ ଆରମ୍ଭ କରିଛନ୍ତି । ସେ ଏହି କୋର୍ସ ଲାଗି ଆଗ୍ରହୀ ପ୍ରାର୍ଥୀଙ୍କ ଠାରୁ ଘଣ୍ଟା ପ୍ରତି ୨୦ ହଜାର ଟଙ୍କା ନେଉଛନ୍ତି । ଏଥିରେ ସେ ପୁରୁଷଙ୍କ ମନସ୍ତତ୍ତ୍ୱ ଉପରେ କ୍ଲାସ ଦେଉଛନ୍ତି ।

ଏହି କୋର୍ସରୁ ସେ ପ୍ରତି ବର୍ଷ ୧୫ କୋଟି ଟଙ୍କା ଆୟ କରୁଛନ୍ତି । ଆଲିଆଙ୍କ ପାଖରେ ୨,୦୦୦ ସଦସ୍ୟ ବିଶିଷ୍ଟ ଏକ ଟିମ୍ ରହିଛନ୍ତି । ଆଲିୟା କହିଛନ୍ତି କୌଣସି ବି ମହିଳା ଏହି କୋର୍ସ କରିପାରିବେ । ଆଲିୟାଙ୍କ ମା ଓ ବାପା ମଧ୍ୟ ସୋଭିଏତ୍ ସିକ୍ରେସୀ ସର୍ଭିସେସ୍‌ରେ କାମ କରୁଥିଲେ । ତେଣୁ ଏହି ପେଶାକୁ ବାଛିବା ତାଙ୍କ ପାଇଁ ସ୍ୱଭାବିକ ଥିଲା ବୋଲି ସେ କହିଛନ୍ତି । ତାଙ୍କ ପିତାମାତା ତାଙ୍କୁ ଗୁପ୍ତଚର କାମ କିପରି କରିବାକୁ ହୁଏ, ମେକଅପ୍ କିପରି ନେବାକୁ ହୁଏ ଓ ସବୁଠାରୁ ଜରୁରୀ କଥା ପୁରୁଷଙ୍କ ମନସ୍ତତ୍ତ୍ୱ କିପରି ପଢାଯାଇପାରିବ ସେ ବିଷୟରେ ଶିଖାଇଥିଲେ ।

Get real time updates directly on you device, subscribe now.