fbpx

ଆପଣ ଏପର୍ଯ୍ୟନ୍ତ ବଦଳାଇ ନାହାଁନ୍ତି ୨୦୦୦ ଟଙ୍କିଆ ନୋଟ ତେବେ ଶୀଘ୍ର ବଦଳାନ୍ତୁ, ନହେଲେ…

AAKASH

ନୂଆଦିଲ୍ଲୀ : କ’ଣ ଆପଣ ଏ ପର୍ଯ୍ୟନ୍ତ ବଦଳାଇ ନାହାନ୍ତି ୨୦୦୦ଟଙ୍କା ନୋଟ ତେବେ ଆପଣ ଏହାକୁ ଶୀଘ୍ର ବଦଳାନ୍ତୁ । କାରଣ ଏହାର ସମୟ ସୀମା ସରିବାକୁ ଖୁବ କମ ସମୟ ବାକି ଅଛି । ୩୦ ସେପ୍ଟେମ୍ବର ପୂର୍ବରୁ ଆପଣ ଏହି ନୋଟକୁ ବ୍ୟାଙ୍କରେ ଜମା କରି ଅନ୍ୟ ନୋଟ ନେଇ ପାରିବେ । ଯଦି ଅପଣ ଏହା ନ କରନ୍ତି ତେବେ ଆପଣଙ୍କ କ୍ଷତି ହୋଇପାରେ । ଯେପରି ଆପଣ ଜାଣିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ବର୍ଷ ୨୦୦୦ ଟଙ୍କା ନୋଟ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଆକଳନ ଅନୁସାରେ ୩୧ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ୨୦୦୦ ନୋଟ ୯୩ ପ୍ରତିଶତ ବ୍ୟାଙ୍କରେ ଜମା ହୋଇଛି । ମାତ୍ର ୭ ପ୍ରତିଶତ ନୋଟ ବଜାରରେ ରହିଛି ବୋଲି ଆରବିଆଇ କହିଛି । ଯେଉଁ ଲୋକମାନେ ଏପର୍ଯ୍ୟନ୍ତ ୨୦୦୦ଟଙ୍କା ନୋଟ ବଦଳାଇ ନାହାଁନ୍ତି ସେମାନେ ବ୍ୟାଙ୍କରେ ଯାଇ ଏହାକୁ ତୁରନ୍ତ ବଦଳାନ୍ତୁ । ଅନେକ କମର୍ସ କମ୍ପାନୀ ୨୦୦୦ଟଙ୍କା ନୋଟ ଗ୍ରହଣ କରୁ ନାହାନ୍ତି ।

ବ୍ୟାଙ୍କରୁ ମିଳିଥିବା ସୂଚନା ଅନୁସାରେ ଏବେ ମଧ୍ୟ ଏବେ ବଜାରରେ ୦.୨୪ ଲକ୍ଷ ଟଙ୍କା ୨୦୦୦ ନୋଟର ରହିଛି । ୧୯ ମେ ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦ଟଙ୍କା ନୋଟର ପ୍ରଚଳନ ବନ୍ଦ କରିଥିଲେ । ସରକାରଙ୍କ ଦ୍ୱାରା ୨୦୧୬ରେ ୫୦୦ ଏବଂ ୧୦୦୦ ଟଙ୍କା ନୋଟ ଡିମନିଟାଇଜେସନ ପରେ ୨୦୦୦ଟଙ୍କା ନୋଟ ପ୍ରଚଳନ ହୋଇଥିଲା । ଏହାର ଉଦ୍ଦେଶ୍ୟ ଥିଲା କଳା ଟଙ୍କା ମାଧ୍ୟମରେ ଭ୍ରଷ୍ଟାଚାରକୁ ଶେଷ କରିବା ।

Get real time updates directly on you device, subscribe now.