fbpx
BSKY
BJD SHG SKY
BJD YOUTH SKY

ଏଗଜିଟ ପୋଲ ଦେଖାଇଲା ୨୦୨୪ ଫାଇନାଲ ମ୍ୟାଚର ଟ୍ରେଲର! ୫ଟି ରାଜ୍ୟର ସେମିଫାଇନାଲରୁ ମିଳୁଛି ୮ଟି ବଡ଼ ସଙ୍କେତ

ନୂଆଦିଲ୍ଲୀ: ଦେଶର ପାଞ୍ଚଟି ରାଜ୍ୟର ନିର୍ବାଚନର ଫଳାଫଳ ଆସନ୍ତା ୩ ଓ ୪ ତାରିଖରେ ପ୍ରକାଶ ପାଇବା । ତା’ ପୂର୍ବରୁ ଏଗଜିଟ ପୋଲ ତଥ୍ୟ ସାମ୍ନାକୁ ଆସିଛି । କିଛି ରାଜ୍ୟରେ କ୍ଷମତାସୀନ ସରକାର କାଏମ୍ ରହିବ ଓ ଅନ୍ୟ କିଛି ରାଜ୍ୟରେ ସରକାର ପରିବର୍ତ୍ତନ ହେବାର ଆଭାସ ମିଳିଛି । ତେବେ ଏଗଜିଟ ପୋଲ ୨୦୨୪ ଫାଇନାଲ ମ୍ୟାଚର ଟ୍ରେଲର ଦେଖାଇଛି । ଏଥିସହିତ ୫ଟି ରାଜ୍ୟର ସେମିଫାଇନାଲରୁ ଅନେକ ବଡ଼ ସଙ୍କେତ ମିଳୁଛି ।

୧- ଏଗଜିଟ ପୋଲ ତଥ୍ୟ ମୁତାବକ, ମଧ୍ୟପ୍ରଦେଶରେ ଶ୍ରମିକ ବର୍ଗର ସର୍ବାଧିକ ୪୫ ପ୍ରତିଶତ ଭୋଟ ବିଜେପି ଖାତାକୁ ଯାଇପାରେ । ସେହିପରି ରାଜସ୍ଥାନରେ ମଧ୍ୟ ଶ୍ରମିକ ବର୍ଗର ୪୪ ପ୍ରତିଶତ ଭୋଟ ବିଜେପି ପାଇପାରେ । ଛତିଶଗଡ଼ରେ କଂଗ୍ରେସ ଆଗରେ ରହିଛି । ମୋଟାମୋଟି ଭାବେ କହିବାକୁ ଗଲେ ଏହି ୩ଟି ରାଜ୍ୟରେ ଗରିବଙ୍କ ଭୋଟ ବିଜେପି ଖାତାକୁ ଯିବ ।

୨- ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ମହିଳାଙ୍କ ଭୋଟ ବିଜେପି ଅଧିକ ପାଇବ ଓ ରାଜସ୍ଥାନରେ କଂଗ୍ରେସକୁ ଏହି ଭୋଟ ଅଧିକ ମିଳିବ । ତେଲେଙ୍ଗାନାରେ କଂଗ୍ରେସକୁ ଅଧିକ ମହିଳା ଭୋଟ ମିଳିବ ।

୩- ଦେଶରୁ ୧୦ କୋଟିରୁ ଅଧିକ କିଷାନ ପରିବାର ରହିଥିବା ବେଳେ ଏହି ଭୋଟର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ମଧ୍ୟପ୍ରଦେଶର ୪୪ ପ୍ରତିଶତ କୃଷକ ବିଜେପି ସହିତ ଓ ୪୪ ପ୍ରତିଶତ କୃଷକ କଂଗ୍ରେସ ସହିତ ରହିଛନ୍ତି । ରାଜସ୍ଥାନରେ କଂଗ୍ରେସ ଆଗରେ ରହିଛି । ଛତିଶଗଡ଼ ଓ ତେଲେଙ୍ଗାନାରେ କଂଗ୍ରେସକୁ ଅଧିକ କୃଷକଙ୍କ ଭୋଟ ମିଳିବ ।

୪- କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶରେ ସରକାର ଗଠନ କରିବା ପରେ ପୁଣି ୩ଟି ରାଜ୍ୟରେ ସରକାର ଗଠନ କରିବା ପାଇଁ କଂଗ୍ରେସ ପାଇଁ ସୁଯୋଗ ରହିଛି । ଏହି ରାଜ୍ୟଗୁଡ଼ିକରେ କଂଗ୍ରେସ-ବିଜେପି ଟକ୍କର ଦେଖିବାକୁ ମିଳୁଛି ।

୫- ଏହି ୫ଟି ରାଜ୍ୟରୁ ୮୩ଟି ଲୋକସଭା ଆସନ ଆସୁଛି । ଏହି ରାଜ୍ୟଗୁଡ଼ିକରେ ବିଜେପିର ଭୋଟ ହାର ବଢ଼ିଛି । ତେଣୁ ଏହା ବିଜେପି ପାଇଁ ଏକ ସକାରାତ୍ମକ ସନ୍ଦେଶ ଦେଇଛି ।

୬- ଜାତି ଗଣନା- ଓବିସି ସଂରକ୍ଷଣ ପ୍ରସଙ୍ଗ ନିର୍ବାଚନର ଫଳାଫଳ ଉପରେ ସେତେଟା ପ୍ରଭାବ ପକାଇ ପାରିନାହିଁ । ମହିଳାଙ୍କ ଭୋଟଙ୍କ ଭୋଟ ହାତେଇବା କ୍ଷେତ୍ରରେ ବିଜେପି ଅଧିକ ମଜବୁତ ହୋଇ ପାରିଛି ।

୭- ତେଲେଙ୍ଗାନାରେ ବିଜେପିର ଭୋଟ ହାର ବୃଦ୍ଧି ପାଇବା ଏକ ବଡ଼ ସନ୍ଦେଶ ଦେଇଛି । ଦକ୍ଷିଣରେ କର୍ଣ୍ଣାଟକ ହରାଇବା ପରେ ତେଲେଙ୍ଗାନାରେ ବିଜେପିର ଭୋଟ ହାର ବୃଦ୍ଧି ପାଇଛି ।

୮- ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ବିଭିନ୍ନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ୨୦୨୪ ନିର୍ବାଚନ ପାଇଁ ଆଉ ମାତ୍ର କିଛି ମାସ ବାକି ଅଛି । ଏହି ରାଜ୍ୟଗୁଡ଼ିକରେ କଂଗ୍ରେସ ଯେଉଁସବୁ ପ୍ରସଙ୍ଗକୁ ଅସ୍ତ୍ର କରି ରଣାଙ୍ଗନକୁ ଓହ୍ଲାଇଥିଲା, ସେଥିରେ ଯଦି ବିଫଳ ହୁଏ ତେବେ ଫାଇନାଲରେ କ’ଣ ପ୍ରସଙ୍ଗ କରିବ? ସେହିପରି ଯଦି ଅଧିକାଂଶ ରାଜ୍ୟରେ କଂଗ୍ରେସ ସଫଳତା ହାସଲ କରେ ତେବେ ତାହା ବିଜେପି ପାଇଁ ଚିନ୍ତାର କାରଣ ପାଲଟିପାରେ ।

Get real time updates directly on you device, subscribe now.