fbpx

୧୦୦ କୋଟି ଟଙ୍କାକୁ ବଢିଲା ସେତୁ ଯୋଜନା ବ୍ୟୟ ଅଟକଳ: ୧୦ଟି ସ୍ଥାନକୁ ମିଳିବ ଏହା ଫାଇଦା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜୁ ସେତୁ ଯୋଜନାରେ ସ୍ୱାଭିମାନ ଅଞ୍ଚଳରେ ଦ୍ରୁତ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଏହାକୁ ଉପଲବ୍‌ଧି କରି ଚିତ୍ରକୋଣ୍ଡା ବ୍ଲକର ଅବଶିଷ୍ଟ ୯ ଗୋଟି ପଞ୍ଚାୟତକୁ ଏଥିରେ ଅନ୍ତର୍ଭୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ତେବେ ରାଜ୍ୟ ସରକାରଙ୍କ ଏହି ବିଜୁ ସେତୁ ଯୋଜନାରେ ବ୍ୟୟ ଅଟକଳ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ବ୍ୟୟ ଅଟକଳ ୫୦ କୋଟି ଥିବା ବେଳେ ବର୍ତ୍ତମାନ ଏହାକୁ ୧୦୦ କୋଟିକୁ ବୃଦ୍ଧି କରାଯାଇଛି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଜାରି କରିଛନ୍ତି ।

ଏହି ତାଲିକାରେ ବ୍ଲକର ଆନ୍ଦ୍ରପାଲ୍ଲୀ, ପଣସପୁଟ, ଜୋଡାମ୍ବୋ, ରାଲିଗଡା, ପେପରମେଟଲା, ବଡପଦା, ଗଜଲମାମୁଣ୍ଡି, ଜନ୍ତ୍ରୀ ଓ ଧୁଳିପୁଟ ସାମିଲ ରହିଛି । ସେହିପରି କୋରୁକୁଣ୍ଡା ବ୍ଳକର ନାକାମାମୁଡି ପଞ୍ଚାୟତ ସମେତ ମୋଟ ୧୦ ଗୋଟି ଅନୁନ୍ନତ ପଞ୍ଚାୟତକୁ ସେତୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଚିତ୍ରକୋଣ୍ଡା ବ୍ଳକର ୯ ଗୋଟି ବିଚ୍ଛିନ୍ନାଞ୍ଚଳ ପଞ୍ଚାୟତକୁ ଗୁରୁପ୍ରିୟା ସେତୁ ଦ୍ବାରା ସଂଯୋଗ କରାଯାଇଛି ଯାହା ସ୍ୱାଭିମାନ ଅଞ୍ଚଳ ନାମରେ ନାମିତ । ଏହି ଅନୁନ୍ନତ ଅଞ୍ଚଳର ଲୋକମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ୨୦୧୮ ମସିହାରେ ଝଋଞଟ ( ଝକ୍ଟମସକ୍ଟ-ଋମକ୍ଟଦ୍ଭକ୍ଟଜ୍ଞସମ ଞକ୍ସବଦ୍ଭଗ୍ଦଲକ୍ଟକ୍ସଜ୍ଞବଗ୍ଧସକ୍ଟଦ୍ଭ ବଦ୍ଭୟ ଟକ୍ଟ୍ରକ୍ଷସଲଗ୍ଧଜ୍ଞରଦ୍ଭଗ୍ଧ) ଯୋଜନା କାର୍ୟ୍ୟକାରୀ ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଓ ଅନ୍ୟ ବରିଷ୍ଠ ପଦାଧିକାରୀ ଗତ ମାର୍ଚ୍ଚ ୨୮ ତାରିଖରେ ମାଲକାନଗିରିର ଚିତ୍ରକୋଣ୍ଡା ବ୍ଳକ୍‌ ପରିଦର୍ଶନ କରିଥିଲେ । ଏଠାରେ ଲୋକମାନଙ୍କ ସ୍ୱାର୍ଥ, ସେମାନଙ୍କର ଅଭାବ ଏବଂ ଅସୁବିଧା ସଂପର୍କରେ ଆଲୋଚନା ମଧ୍ୟ କରିଥିଲେ ବିଭିନ୍ନ ପଦାଧିକାରୀ । ଏହାବ୍ୟତୀତ ଏହି ଅଞ୍ଚଳର ଶାନ୍ତି ଓ ସୁରକ୍ଷା ପାଇଁ ନିୟୋଜିତ ଅର୍ଦ୍ଧସାମରିକ ବାହିନୀ ପ୍ରତିଷ୍ଠାନର ଭିତ୍ତିଭୂମି ଉନ୍ନତିକରଣ ଓ ସମ୍ପ୍ରସାରଣ ପାଇଁ ସେତୁ ଯୋଜନାରେ ୯ କୋଟି ୬୦ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.