fbpx

ମହଙ୍ଗା ମାଡ଼: ସରକାର ବଢାଇଲେ ଟୋଲ ଟ୍ୟାକ୍ସ, ସେପଟେ ବଢିଲା ବସ୍ ଭଢ଼ା

AAKASH

ଉତ୍ତରପ୍ରଦେଶ: ଦେଶରେ ଏବେ ପେଟ୍ରୋଲ ଡିଜେଲ ସହିତ ସମସ୍ତ କ୍ଷେତ୍ରରେ ଦର ବୃଦ୍ଧି ପାଇ ଚାଲିଛି । ଏପରିକି ଲେମ୍ବୁର ଦର ମଧ୍ୟ ଲୋକଙ୍କ ପାଟିକୁ ବିନା ଲେମ୍ବୁରେ ଖଟା କରି ଦେଇଛି । ଦୈନିକ ବଢୁଥିବା ପେଟ୍ରୋଲ ଡିଜେଲ ଦରକୁ ଆଧାର କରି ବିଭିନ୍ନ ଜିନିଷର ଦରଦାମ ବୃଦ୍ଧି ପାଇବାରେ ଲାଗିଛି । ସେହିଭଳି ଏବେ ସଡ଼କରେ ଯାତ୍ରା କରିବା ମଧ୍ୟ ମହଙ୍ଗା ପଡିଛି ।

ଉତ୍ତରପ୍ରଦେଶ ସରକାର ଟୋଲ ଟ୍ୟାକ୍ସ ବୃଦ୍ଧି କରିବା ପରେ ରାଜ୍ୟ ସଡ଼କ ପଥର ପ୍ରୟାଗରାଜ ଡିଭିଜନରେ ଚାଲୁଥିବା ସମସ୍ତ ବସ୍ ର ଭଡ଼ା ବୃଦ୍ଧି ପାଇଛି । ଯାତ୍ରୀଙ୍କ ପାଇଁ ଏହି ଦର ତତ୍କାଳ ଲାଗୁ ହୋଇଛି । ରାଜ୍ୟରେ ୧ ଏପ୍ରିଲରୁ ଟୋଲପ୍ଲାଜା ମାନଙ୍କରେ ବର୍ଦ୍ଧିତ ଟ୍ୟାକ୍ସ ଆଦାୟ ହେଉଛି । ଏହା ପରେ ବସ୍ ଭଢ଼ା ବୃଦ୍ଧି ପାଇଛି । ଏହା ଫଳରେ ଯାତ୍ରୀଙ୍କୁ ଏବେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଏହା ବାଦ ସବୁଠୁ ଅଧିକ ଟୋଲଗେଟ ଥିବା ରୁଟରେ ଅଧିକ ଭଡ଼ା ବୃଦ୍ଧି ପାଇଛି ।

ସେହିପରି ଟୋଲ ଟ୍ୟାକ୍ସ ବୃଦ୍ଧିକୁ ନେଇ ଝାନ୍ସିରୁ କାନପୁରକୁ ଯାତ୍ରା କରୁଥିବା ବସ୍ ଗୁଡ଼ିକ ଗୋଟିଏ ସପ୍ତାହରେ ଦୁଇ ଥର ବସ୍ ଭଡା ବୃଦ୍ଧି କରିଛନ୍ତି । ଏହା ପ୍ରଭାବରେ ଦୈନିକ ପ୍ରାୟ ୨୦ରୁ ୨୫ ହଜାର ଯାତ୍ରୀ ପ୍ରଭାବିତ ହେବେ । ଏହି ଭଳି ଭାବରେ ରାଜ୍ୟର ବିଭିନ୍ନ ଡିଭିଜନରେ ବସ୍ ଭଡା ବୃଦ୍ଧି ଯାତ୍ରୀଙ୍କ ଖର୍ଚ୍ଚକୁ ବଢାଇ ଦେଇଛି ।

Get real time updates directly on you device, subscribe now.