fbpx

କାମାଲ କରୁଛି ମେକ୍ ଇନ୍ ଇଣ୍ଡିଆ: ଗୋଟିଏ ବର୍ଷରେ ୪୪୦୦ କୋଟି ଡଲାରକୁ ଅତିକ୍ରମ କଲା ବସ୍ତ୍ର ଓ ହସ୍ତଶିଳ୍ପ ରପ୍ତାନୀ

Advertisement

ନୂଆଦିଲ୍ଲୀ: ଭାରତର ବସ୍ତ୍ର ଓ ହସ୍ତଶିଳ୍ପ ରପ୍ତାନୀ ଗତ ଆର୍ଥିକ ବର୍ଷରେ ୪ ହଜାର ୪ ଶହ କୋଟି ଡଲାରକୁ ଅତିକ୍ରମ କରିଛି ବୋଲି ଆଜି ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋସ କହିଛନ୍ତି । ମେକ୍‍ ଇନ୍‍ ଇଣ୍ଡିଆ କାର୍ଯ୍ୟକ୍ରମ ଯୋଗୁଁ ବସ୍ତ୍ର ଓ ହସ୍ତଶିଳ୍ପ ରପ୍ତାନୀରେ ଶତକଡ଼ା ୪୧ ଭାଗ ବୃଦ୍ଧି ଘଟିଛି । ସେ କହିଛନ୍ତି, ପ୍ରସ୍ତୁତ ବସ୍ତ୍ର ରପ୍ତାନୀ ୨୦୨୨ ଆର୍ଥିକ ବର୍ଷରେ ୬ ଶହ କୋଟି ଡଲାରରେ ପହଞ୍ଚିଛି। କୃଷିକ୍ଷେତ୍ରରେ ସଂସ୍କାର ଯୋଗୁଁ ଦେଶରେ କପା ଉତ୍ପାଦନ ୨୦୩୦ ସୁଦ୍ଧା ୭୨ ଲକ୍ଷ ଟନ୍‍ରେ ପହଞ୍ଚିବା ବୋଲି ଏକ ସମ୍ବାଦପତ୍ର ସ୍ତମ୍ଭରେ ଶ୍ରୀମତୀ ଜରଦୋସ କହିଛନ୍ତି।

ସେ କହିଛନ୍ତି, ମେକ୍‍ ଇନ୍‍ ଇଣ୍ଡିଆ କାର୍ଯ୍ୟକ୍ରମ ଷ୍ଟାର୍ଟ-ଅପ୍‍ଗୁଡ଼ିକ ବହୁ ମାତ୍ରାରେ ସହାୟତା କରିଛି ଓ ବୈଷୟିକ ଇକୋସିଷ୍ଟମ୍‍ ଗୁଡ଼ିକୁ ନୂଆ ନୂଆ ଉଦ୍ଭାବନ, ସାମଗ୍ରୀର ବିକାଶ ଓ ଉତ୍ପାଦନ ପାଇଁ ଭିତ୍ତିଭୂମି ଯୋଗାଇଛି । ୨୦୧୪ ସେପ୍ଟେମ୍ବର ମାସରେ ମେକ୍‍ ଇନ୍‍ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପୁଞ୍ଜିନିବେଶ ବୃଦ୍ଧି କରିବା, ନବୀକରଣକୁ ପ୍ରୋତ୍ସାହିତ କରିବା, ବିଶ୍ୱସ୍ତରୀୟ ମୌଳିକ ଢାଞ୍ଚା ଯୋଗାଇବା ଓ ଭାରତକୁ ଉତ୍ପାଦନ, ଡିଜାଇନ୍‍ ଏବଂ ନବୀକରଣର ଏକ ମୁଖ୍ୟକେନ୍ଦ୍ରରେ ପରିଣତ କରିବା ମେକ୍‍ ଇନ୍‍ ଇଣ୍ଡିଆରେ ମୁଖ୍ୟ ଲକ୍ଷ୍ୟ ଥିଲା ।

Get real time updates directly on you device, subscribe now.