fbpx

ଘୁଞ୍ଚିଲା OJEE ପରୀକ୍ଷା

Advertisement

ଭୁବନେଶ୍ୱର, ୧୪ା୪(ଓଡ଼ିଶା ଭାସ୍କର): କରୋନା ଭାଇରସ୍ ପାଇଁ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଏହାସହ ଆଜି ଲକ୍ ଡ଼ାଉନକୁ ଅବଧିକୁ ମେ ୩ ଯାଏଁ ବୃଦ୍ଧି କରାଯାଇଛି । ସେନେଇ ଯୁଗ୍ମ ପ୍ରବେଶିକା ପରୀକ୍ଷା ଘୁଞ୍ଚିଛି । ମେ ପ୍ରଥମ ସପ୍ତାହରେ ହେବାକୁ ଥିଲା OJEE ପରୀକ୍ଷା । ପରୀକ୍ଷା ପାଇଁ ପଞ୍ଜୀକରଣ ଅବଧିକୁ ମଧ୍ୟ ଏପ୍ରିଲ ୩୦ଯାଏଁ ବୃଦ୍ଧି କରାଯାଇଛି । ପରୀକ୍ଷା ସମ୍ପର୍କିତ ସୂଚନା ପାଇଁ OJEE ୱେବସାଇଟ ଦେଖିବାକୁ ପରାମର୍ଶ ଦିଆଯାଇଛି । OJEEୱେବସାଇଟ www.ojee.nic.in କିମ୍ବା www.odishajee.comରେ ଦେଖିପାରିବେ । ଏନେଇ ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ।

Get real time updates directly on you device, subscribe now.