fbpx
BJD SKY
BJD SKY

Facebookରେ ବନ୍ଦ ହେବ ଫେସ୍ ରେକିଗନିସନ ବ୍ୟବସ୍ଥା

BJD

ଭୁବନେଶ୍ୱର: ନିକଟରେ ନିଜ ହୋଲଡିଂ କମ୍ପାନୀ ନାମ ‘ମେଟା’କୁ ପରିବର୍ତ୍ତନ କରିଥିବା ଫେସବୁକ୍ ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି । କମ୍ପାନରୀଏହାର ଫେସ୍ ରିକଗନିସନ ସିଷ୍ଟମ ବା ଚେହେରା ଚିହ୍ନଟ ବ୍ୟବସ୍ଥାକୁ ଖୁବଶୀଘ୍ର ବନ୍ଦ କରିବ । ଏହାଦ୍ୱାରା ବିଶ୍ୱରେ ପ୍ରାୟ ୧୦୦ କୋଟିରୁ ଅଧିକ ବ୍ୟବହାରକାରୀ ପ୍ରଭାବିତ ହେବେ । ଗୋପନୀୟତା ପ୍ରସଙ୍ଗରେ ବିଭିନ୍ନ ଦେଶରେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିବା ପରେ ଏଭଳି ନିଷ୍ପତ୍ତି ନେଇଛି କମ୍ପାନୀ ।

ଏନେଇ ଏକ ବ୍ଲଗପୋଷ୍ଟରେ ସୂଚନା ଦେଇଛନ୍ତି କମ୍ପାନୀର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବିଭାଗର ଉପସଭାପତି ଜିରୋମ ପ୍ରେସେଣ୍ଟି  । ସେ କହିଛନ୍ତି ଫେସବୁକର ଦୈନିକ ସକ୍ରିୟ ବ୍ୟବହାରକାରୀଙ୍କ ମଧ୍ୟରୁ ଏକ ତୃତୀୟାଂଶରୁ ଅଧିକ ବ୍ୟବହାରକାରୀ ଆମର ଚେହେରା ଚିହ୍ନଟ ବ୍ୟବସ୍ଥାକୁ ଉପଯୋଗ କରୁଛନ୍ତି । ଏହି ବ୍ୟବସ୍ଥା ବନ୍ଦ କରାଯିବା ଦ୍ୱାରା ୧୦୦ ବିଲିୟନ ଲୋକଙ୍କ ଏ ସଂକ୍ରାନ୍ତ ତଥ୍ୟକୁ ଡିଲିଟ୍ କରାଯିବ ବୋଲି ମେଟା ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.