fbpx

ରାଜଧାନୀରେ ବିକ୍ରି ହେଉଥିଲା ନକଲି ଓ ପ୍ରତିବନ୍ଧିତ ମେଡିସିନ୍‌, ବଡ ର‌୍ୟାକେଟ୍‌ର ପର୍ଦ୍ଦାଫାଶ୍ କଲା ପୋଲିସ୍‌

Advertisement

ନୂଆଦିଲ୍ଲୀ: ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚର ସାଇବର ସେଲ୍ କ୍ୟାନସର ଓ ଡାଇବେଟିସର ନକଲି ଓ ପ୍ରତିବନ୍ଧିତ ମେଡିସିନ୍ ବିକ୍ରୀ କରୁଥିବା ଅନ୍ତଃରାଷ୍ଟ୍ରୀୟ ସିଣ୍ଡିକେଟ୍‌ର ପର୍ଦ୍ଦାଫାସ୍ କରିଛି । ଏହି କ୍ରମରେ ପ୍ରାୟ ୪କୋଟି ମୂଲ୍ୟର ପ୍ରତିବନ୍ଧିତ ନକଲି ମେଡିସିନ୍ ଜବତ କରାଯାଇଛି । ଏଥିରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଛି । ଏହି ୪ ଜଣ ହେଉଛନ୍ତି ସିରିଆର ମୋନିର ଅହମ୍ମଦ(୫୪), ନବୀନ ଆର୍ଯ୍ୟ(୪୦), ସୌରଭ ଗର୍ଗ(୩୪), କରଣ ଖନେଜା(୨୭) । ଏମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି । ଯାଞ୍ଚରୁ ଜଣାପଡିଛି କି ଏହି ସିଣ୍ଡିକେଟ୍ ଇଜିପ୍ଟରୁ କାମ କରୁଥିଲା ।

ପୋଲିସ କହିଛି ଦିଲ୍ଲୀ ଏନସିଆରରେ କିଛି ଭେଣ୍ଡର-ହୋଲସେଲର କ୍ୟାନସର ଓ ଡାଇବେଟିସର ନକଲି ଓ ପ୍ରତିବନ୍ଧିତ ମେଡିସିନ୍ ବିିକ୍ରୀ କରୁଥିବାର ସୂଚନା ମିଳିଥିଲା । ଏହା ଜରିଆରେ ନିରୀହ ଲୋକଙ୍କ ଜୀବନ ସହ ଏମାନେ ଖେଳୁଥିଲେ । ଏହି ସିଣ୍ଡିକେଟ୍‌ର ଠାବ କରିବା ଲାଗି ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଗତ ଏପ୍ରିଲ ୪ ତାରିଖରେ ପୋଲିସ ପକ୍ଷରୁ ବିଭିନ୍ନ ମେଡିସିନ୍ ସପ୍ଲାଏ କେନ୍ଦ୍ରରେ ଚଢାଉ କରାଯାଇଥିଲା ।

ଚଢଉ ସମୟରେ କୋଟି କୋଟି ଟଙ୍କାର ନକଲି ଓ ପ୍ରତିବନ୍ଧିତ ମେଡିସିନ୍ ଜବତ କରାଯାଇଥିଲା । ଏହି ମାମଲାରେ ପୋଲିସ ବିଭିନ୍ନ ଧାରାରେ କେସ୍ ରୁଜୁ କରିଛି । ଯାଞ୍ଚରୁ ଜଣାପଡିଛି କି ବିଦେଶୀ ନାଗରିକଙ୍କ ସହ ମିଶି ଏହି ବଡ ଧରଣର ର‌୍ୟାକେଟ୍ କାମ କରୁଥିଲା । ଅଭିଯୁକ୍ତଙ୍କୁ ପଚରାଉଚୁରା ପରେ ଜଣାପଡିଛି ତୁର୍କୀ, ଇଜିପ୍ଟ ଓ ଭାରତ ମଧ୍ୟରେ ଏହି ନକଲି ମେଡିସିନ୍ କାରବାର ଚାଲିଥିଲା । ସିରିଆର ମୋନିର ଅହମ୍ମଦ ତୁର୍କୀ ଓ ଇଜିପ୍ଟର ମେଡିସିନ୍‌କୁ ଭାରତ ଓ ଭାରତରେ ବିକ୍ରୀ ହେଉଥିବା ମେଡିସିନକୁ ସେଠାକୁ ନେଇ ଯାଉଥିଲା । ପୁରା ର‌୍ୟାକେଟ୍‌କୁ ଇଜିପ୍ଟରୁ ଅପରେଟ୍ କରଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Get real time updates directly on you device, subscribe now.