fbpx

ନୀତା ଅମ୍ବାନୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାଇରାଲ୍ ଫଟୋର ରହସ୍ୟ

ନୂଆଦିଲ୍ଲୀ: ପ୍ରସାର ଭାରତୀର ପୂର୍ବତନ ସିଇଓ ତଥା ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଜବାହର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଫଟୋ ନିଜ ଟୁଇଟର୍ ଆକାଉଣ୍ଟରେ ସେୟାର କରିଥିଲେ । ଫଟୋରେ ପିଏମ୍ ମୋଦୀ, ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ ହାତ ଯୋଡି ମୁଣ୍ଡ ନୁଆଁଇ ନମସ୍କାର କରୁଥିବା ଦେଖିବାକୁ ମିଳିଥିଲା । ହେଲେ ପରେ ଫଟୋଟି ଫେକ୍ ବୋଲି ଜଣାପଡିଥିଲା । ଫଟୋଟି ନକଲି ହୋଇଥିବା ବେଳେ ଅସଲି ଫଟୋରେ ସମାଜସେବିକା ଦୀପିକା ମଣ୍ଡଳ ଥିଲେ ।

modi-deepika-mondal

ହେଲେ ଜବାହର ସରକାର ଏହି ଫଟୋକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଟୁଇଟ୍ କରିଥିଲେ । ଯାହାପରେ ତାଙ୍କୁ ତାତ୍ସଲ୍ୟର ଶିକାର ହେବାକୁ ପଡିଥିଲା । ଜଣେ ବରିଷ୍ଠ ଅଧିକାରୀ ହୋଇ ଏପରି ଭାବରେ ନକଲି ଫଟୋକୁ ପୋଷ୍ଟ କରିବା କେତେଦୂର ଠିକ୍ ବୋଲି, ସୋସିଆଲ ମିଡିଆରେ ଲୋକେ ପ୍ରଶ୍ନ କରିଥିଲେ । ଫଟୋରେ ଅସଲରେ ଥିଲେ ସମାଜସେବିକା ଦୀପିକା ମଣ୍ଡଳ ଏବଂ ପ୍ରଧାନମନ୍ତ୍ରୀଙ୍କ ଏହି ଉଠାଯାଇଥିବା ତାଙ୍କର ଏହି ଫଟୋ ୨୦୧୫ ମସିହାର ।

ତେବେ ଏହି ଫଟୋକୁ ନେଇ ପ୍ରସାର ଭାରତୀର ବର୍ତ୍ତମାନର ସିଇଓ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି । ସେ ଜବାହାର ସରକାରଙ୍କ ଟୁଇଟ୍ କୁ ନେଇ କହିଛନ୍ତି ଯେ, ଗୋଟିଏ ଫେକ୍ ଫଟୋକୁ ନେଇ ଏପରି ଭାବରେ ଲେଖି ସେୟାର କରିବା ହେଉଛି ଲଜ୍ଜାଜନକ । କାହାକୁ ନାପସନ୍ଦ କରିବା ହେଉଛି ଅଲଗା କଥା ହେଲେ ପ୍ରସାର ଭାରତୀର ସିଇଓ ହୋଇ ଏପରି ଫଟୋ ସେୟାର କରିବା ନିନ୍ଦନୀୟ । ଏଥିପାଇଁ ସେ ଲଜ୍ଜିତ ବୋଲି କହିଥିଲେ ।

Get real time updates directly on you device, subscribe now.