fbpx

ଶିକ୍ଷାଗତ ଯୋଗ୍ୟତା ଷଷ୍ଠ, ୧୦୦ରୁ ଅଧିକ ସୁନ୍ଦରୀ ଯୁବତୀଙ୍କୁ ଚୂନା ଲଗାଇଥିବା Fake MBBS ଧରାପଡ଼ିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନାମ ତାହାର ପ୍ରଭାସ, ବୟସ ୨୮ ବର୍ଷ । ମାତ୍ର କାମରେ ସେ ଖୁବ୍ ପାରିବାର । ବଡ଼ଘରର ସୁନ୍ଦର ଯୁବତୀଙ୍କୁ କେମିତି ପାଲରେ ପକାଯିବ, କେମିତି ଟଙ୍କା ହଡ଼ପ କରାଯିବ ଏସବୁ କଳା ତାକୁ ବହୁତ ଭଲ ଭାବରେ ଜଣା । ପାଠପଢ଼ାରେ ୬ଷ୍ଠ କ୍ଲାସ୍ ଡେଇଁନି, କିନ୍ତୁ ଫେସବୁକ, ଟ୍ୱିଟର, ଇନଷ୍ଟାଗ୍ରାମ ସହିତ ସମସ୍ତ ଡେଟିଂ ସାଇଟରେ ଏମକେସିଜିରେ ଡାକ୍ତରୀ ପଢ଼ୁଥିବା ପରିଚୟ ଦେଉଥିଲା । ସୁଟ୍, ବୁଟ ପିନ୍ଧି ବାବୁ ନିଜକୁ ସମ୍ଭ୍ରାନ୍ତ ଫ୍ୟାମିଲିର ଟୋକା ବୋଲି କହି ୧୦୦ରୁ ଅଧିକ ସୁନ୍ଦରୀ ଯୁବତୀଙ୍କ ସହ ଚାଟିଂ କରୁଥିଲା । ଶେଷରେ ଏହି ହାଇପ୍ରୋଫାଇଲ ଟାଲେଣ୍ଟେଡ ୪୨୦କୁ ସହିଦ ନଗର ପୋଲିସ ଗିରଫ କରିବା ସହ ତା’ଠାରୁ ୪ଟି ଦାମୀ ମୋବାଇଲ ଜବତ କରିଛି ।

ନକଲି ଏମବିବିଏସ୍ ପ୍ରଭାସ ଯୁବତୀମାନଙ୍କୁ ବଡ଼ ବଡ଼ ମଲକୁ ଖାଇବାକୁ ଡାକୁଥିଲା । ଯୁବତୀ ଡ୍ରେସ୍ ଟ୍ରାଏଲ ବା ୱାସରୁମକୁ ଗଲା ବେଳେ ସେ ଟଙ୍କା, ମୋବାଇଲ ଧରୁ ଛୁ ମାରୁଥିଲା । ତେବେ ପୋଲିସ ପ୍ରଭାସ ବିଷୟରେ ଖୋଳତାଡ଼ କରିବାରୁ ତା’ର ଆହୁରି ଅନେକ କାରନାମା ବିଷୟରେ ପର୍ଦ୍ଦାଫାସ୍ ହୋଇଛି । ପୂର୍ବରୁ ରାଜ୍ୟର ଏକାଧିକ ଥାନାରେ ପ୍ରଭାସ ନାମରେ ଠକେଇ ଅଭିଯୋଗ ରହିବା ସହ ସେ ୩ ଥର ଜେଲ୍ ଯାଇଛି । ସେ କେଉଁଠି ରୁହେ, ତା’ର ଘର କେଉଁଠି ସେନେଇ ନା ଯୁବତୀମାନେ ନା ପୋଲିସ ଏ ପର୍ଯ୍ୟନ୍ତ କେହି ଜାଣିପାରିନାହାନ୍ତି । ସମସ୍ତଙ୍କୁ ସେ ଭିନ୍ନ ଭିନ୍ନ ଠିକଣା ଦେଇଥିବାରୁ ତାହା ଏବେ ପୋଲିସକୁ ଦ୍ୱନ୍ଦ୍ୱରେ ପକାଇଛି । ଯୁବତୀଙ୍କଠାରୁ ଯେଉଁ ମୋବାଇଲଗୁଡ଼ିକ ପ୍ରଭାସ ଲୁଟି ଆଣୁଥିଲା ସେସବୁକୁ ଶସ୍ତାରେ ବିକ୍ରି କରି ଅଏସ୍ କରୁଥିଲା । ସେ ମାସକୁ ୮ରୁ ୧୦ ଯୁବତୀଙ୍କୁ ଚୂନ ଲଗାଇବାକୁ ଟାର୍ଗେଟ୍ କରୁଥିଲା । ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ୱର, କଟକ ଓ ରାଉରକେଲା ସହରର ଯୁବତୀ ତା’ର ଶିକାର ବନିଥିଲେ । ଲୋକଲଜ୍ଜା ଭୟରେ ଯୁବତୀମାନେ ତା’ ନାମରେ ଅଭିଯୋଗ କରୁନଥିଲେ । ଏହି ନୂଆ ଷ୍ଟାଇଲର ବିଜିନେସରୁ ଅର୍ଜିତ ଅର୍ଥରେ ପ୍ରଭାସ ଦାମୀ ମୋବାଇଲ, ଡ୍ରେସ୍ ଆଦି କିଣି କିଙ୍ଗ ପରି ଲାଇଫଷ୍ଟାଇଲ ମେଣ୍ଟେନ୍ନ କରୁଥିଲା । ତେବେ ଏବେ ପ୍ରଭାସର ସମସ୍ତ ଖେଳ ଦି ଏଣ୍ଡ ହୋଇଯାଇଛ । ଏବେ ସେ ଜେଲ କୋଠରୀରେ ବସି ଖାଲି ଦିନ ଗଣିବ ।

Get real time updates directly on you device, subscribe now.