fbpx

ଆସନ୍ତା ଜୁନ୍ ୫ରୁ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା? ଜାଣନ୍ତୁ ଗୁଜବ ନା ସତ

ନୂଆଦିଲ୍ଲୀ, ୧୮ା୫: କରୋନାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ସରକାର ନିଜ ରାଜ୍ୟ ବୋର୍ଡ ପରୀକ୍ଷା ସହ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିଛନ୍ତି । ତେବେ ଆସନ୍ତା ଜୁନ ୫ରୁ ପରୀକ୍ଷା ହେବା ନେଇ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଉତ୍ତରପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ହେବା ନେଇ ଏକ କାର୍ଯ୍ୟସୂଚୀ ବାହାରିଛି, ଯାହା ଜୁନ ୫ରେ ଆରମ୍ଭ ହେବ । ଏହି ଘଟଣାକୁ ନେଇ ଅଭିଭାବକ ଓ ପିଲାମାନେ ଚିନ୍ତାରେ ରହିଛନ୍ତି । ତେବେ ଏହି ଖବରଟି ସମ୍ପୂର୍ଣ୍ଣ ମିଥ୍ୟା ଓ ଗୁଜବ ବୋଲି ୟୁପି ବୋର୍ଡ ପକ୍ଷରୁ କୁହାଯାଇଛି ।

ଗୁଜବ ହୋଇଥିବା ଖବର ଅନୁଯାୟୀ, ଜୁନ ୫ରୁ ପରୀକ୍ଷା ଆରମ୍ଭ ହୋଇ ଜୁନ ୨୫ରେ ସମାପ୍ତ ହେବ । ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୧୫ ମିନିଟରେ ସରିବ । ପରୀକ୍ଷାର ୧୫ ଦିନ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଏନେଇ ସୂଚନା ପ୍ରଦାନ କରାଯିବ ବୋଲି ନୋଟିସରେ ସୂଚିତ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ପୂର୍ବରୁ ଦଶମ ଓ ଦ୍ୱାଦଶ ପରୀକ୍ଷା ମେ ୮ରୁ ୨୫ ତାରିଖ ମଧ୍ୟରେ ହେବ ବୋଲି ଧାର୍ଯ୍ୟ ସ୍ଥିର ହୋଇଥିଲା । କରୋନା କାରଣରୁ ସରକାର ବାଧ୍ୟ ହୋଇ ପରୀକ୍ଷା ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲେ । ଏଭଳି ଭାଇରାଲ ଖବରକୁ ବିଶ୍ୱାସ ନ କରିବା ସହ ବୋର୍ଡ ୱେବସାଇଟରେ ଦିଆଯାଉଥିବା ତଥ୍ୟ ଉପରେ ଗୁରୁତ୍ୱ ଦେବାକୁ ଛାତ୍ରଛାତ୍ରୀଙ୍କୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି । ତେବେ ଏଭଳି ଗୁରୁତ୍ୱପୂର୍ଣ୍ଣ ଖବରକୁ ଭାଇରାଲ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।

Get real time updates directly on you device, subscribe now.