ଭୁବନେଶ୍ବରରେ ବି ନକଲି ପୋଲିସ, ଚାକିରି କରାଇଦେବା ନାଁରେ ଠକୁଥିବା ବେଳେ ବାନ୍ଧିଲା ଅସଲି ପୋଲିସ

ଭୁବନେଶ୍ବରରେ ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ ।

ଭୁବନେଶ୍ବର: ନକଲି ପୋଲିସ ଡିଏସପିଙ୍କୁ ବନ୍ଧିଲା ପୋଲିସ । ଏଭଳି ଘଟଣା ରାଜଧାନୀ ଭୁବନେଶ୍ବରରେ ହିଁ ଦେଖିବାକୁ ମିଳିଛି । ଭୁବନେଶ୍ବର ସହିଦ ନଗର ଥାନା ପୋଲିସ ହେପାଜତରେ ନକଲି ଡିଏସପି ।

ନକଲି ପୋଲିସ ସବ୍‌-ଇନସ୍‌ପେକ୍ଟର ମାନସ ରଞ୍ଜନ ସେନାପତି । ଖବର ଅନୁସାରେ, ସେ ନିଜକୁ ଡିଏସପିର ପରିଚୟ ଦେଇ ଚାକିରି ଦେବା ନାଁରେ ଠକୁଥିଲେ । ଭଦ୍ରକ ବାସୁଦେବପୁର ଅଞ୍ଚଳର ମାନସ ନକରି ଡିଏସପି ସାଜି ଭୁବନେଶ୍ୱରରେ ଖାରବେଳନଗର ଥାନା ଅଞ୍ଚଳରେ ଥିବା ମଧୁସୂଦନ ନଗରରେ ରହୁଥିଲା ।

୨ ଲକ୍ଷରୁ ଅଧିକ ନକଲି ଟଙ୍କା, ନକଲି ପୋଲିସ ଆଇ-କାର୍ଡ, ପୋଲିସ ୟୁନିଫର୍ମ, ନକଲି ନିଯୁକ୍ତି ପତ୍ର, କାର, ମୋବାଇଲ ଫୋନ ଆଦି ଜବତ ହୋଇଛି । ସହିଦନଗର ଅଞ୍ଚଳରୁ ନାଇଟ ବ୍ଲକିଂ ଚେକିଂ ବେଳେ ପୋଲିସ ହାତରେ ଧରା ପଡିଛନ୍ତି ନକଲି ଡିଏସପି ବାବୁ ।

ତେବେ ସେ କେବେଠାରୁ ଏଭଳି କାର୍ଯ୍ୟ କରି ଆସୁଥିଲେ ଏବଂ କେତେ ପିଲାଙ୍କୁ ଚାକିରି ନାଁରେ ଠକେଇ କରିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ପୋଲିସ ମାନସଙ୍କୁ ପଚରା ଉଚରା ଆରମ୍ଭ କରିଛି ।