fbpx

୧୪ ଦିନର କାମକୁ ୯ ଲକ୍ଷ ବେତନ, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ: ଅନେକ ସମୟରେ ଚାକିରିକୁ ନେଇ ଅନେକ ଲୋକ ଚିନ୍ତିତ ଥାନ୍ତି । ଏହାଛଡ଼ା ଅନେକ ଲୋକ ଠିକ୍ ଦରମା ନମିିଳିବା କାରଣରୁ ଚାକରି ମଧ୍ୟ ଛାଡ଼ି ଦେଇଥାନ୍ତି । ମାସ ମାସ ଧରି କାମ କରିବା ପରେ ମଧ୍ୟ ଠିକ୍ ଭାବରେ ଦରମା ମିଳିନଥାଏ । କିନ୍ତୁ କେବେ ଆପଣ ଶୁଣିଛନ୍ତି କି କେବଳ ୧୪ ଦିନ କାମ କରି ୯ ଲକ୍ଷ ଟଙ୍କା ଦରମା ପାଇବା । ତେବେ ଏଭଳି ଘଟଣା ଭାରତରେ ତ’ ନୁହେଁ କିନ୍ତୁ ଲଂଣ୍ଡନରେ ଦେଖିବାକୁ ମିଳିଛି । ଏଡିନବର୍ଗରେ କାମ କରିବା ପାଇଁ ପ୍ରକାଶିତ ଏକ ବିଜ୍ଞାପନ ଅନୁଯାୟୀ ଆବେଦକଙ୍କୁ ଏହି ଚାକିରି ୨୨ ଡିସେମ୍ବରରୁ ୫ ଡିସେମ୍ବର ପର୍ଯ୍ୟନ୍ତ କାମ କରିବାକୁ ହେବ ଏବଂ ଏଥିପାଇଁ ତାଙ୍କୁ ୯ ଲକ୍ଷ ଟଙ୍କା ମିଳିବ ଆଉ ଏହି ସମୟରେ ତାଙ୍କୁ ଘରକୁ ଯିବାକୁ ଅନୁମତି ନାହିଁ ।

ପ୍ରକୃତରେ ଏହି ଚାକିରି ଇଂଲଣ୍ଡର ଏକ ଧନୀ ପରିବାରରେ ରହିଛି । ପରିବାରକୁ କ୍ରିଷ୍ଟମାସ ସମୟରେ ଦୁଇ ସପ୍ତାହ ପାଇଁ ସେମାନଙ୍କ ପିଲାଙ୍କ ଯତ୍ନ ପାଇଁ ଜଣେ ମେଡ୍ ଙ୍କ ଆବଶ୍ୟକ ରହିଛି, ଯିଏ ପିଲାଙ୍କ ଯତ୍ନ ନେବା ସହ ସେମାନଙ୍କର ପୁରା ଧ୍ୟାନ ରଖିବେ । ପାଞ୍ଚ ବର୍ଷର ଦୁଇ ଶିଶୁଙ୍କ ଯତ୍ନ ନେବାପାଇଁ ପରିବାର ଦିନକୁ ୬୦୦ ୟୁରୋ ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୫୯ ହଜାର ଟଙ୍କା ଦେଉଛନ୍ତି ଏହିପରି ଭାବରେ ୨ ସପ୍ତାହକୁ ୯ ଲକ୍ଷ ଟଙ୍କା ଦରମା ମିଳିବ । ତେବେ ତାଙ୍କର ସର୍ତ୍ତ ରହିଛି ଆବେଦକ ଏହି ସମୟରେ ଘରକୁ ଯାଇପାରିବେ ନାହିଁ ୨୪ ଘଣ୍ଟା ତାଙ୍କୁ ପରିବାର ସହ ରହିବାକୁ ପଡ଼ିବ ଏବଂ ପିଲାଙ୍କର ଯତ୍ନ ନେବାକୁ ପଡ଼ିବ ।

Get real time updates directly on you device, subscribe now.