(Video) ‘ଆରସିବି ଆ ଜାଓ ୟାର…’: ମୁମ୍ବାଇ ଛାଡ଼ି କୋହଲିଙ୍କ ଟିମରେ ସାମିଲ ହେବାକୁ ରୋହିତଙ୍କୁ ନିବେଦନ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଟିମ୍ ଇଣ୍ଡିଆର ଦିନିକିଆ ଓ ଟେଷ୍ଟ ଟିମର ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ରୋହିତ ମୁମ୍ବାଇ ଛାଡ଼ି ଆରସିବିରେ ସାମିଲ ହୋଇପାରନ୍ତି ବୋଲି ନିକଟରେ ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏକ ବଡ଼ ବୟାନ ଦେଇଛନ୍ତି । ତେବେ ଏହା ମଧ୍ୟରେ ମୁମ୍ବାଇ ଛାଡ଼ି ଆରସିବିରେ ସାମିଲ ହେବା ନେଇ ରୋହିତଙ୍କୁ ମିଳିଛି ଏକ ଅଫର । ସେହି ଅଫର କେଉଁ ଟିମ୍ ଦେଇଛି ଆପଣମାନେ ଜାଣିଛନ୍ତି କି? ଏହା କୌଣସି ଫ୍ରାଞ୍ଚାଇଜ ତରଫରୁ ନୁହେଁ, ବରଂ ତାଙ୍କୁ ଭଲ ପାଉଥିବା ତାଙ୍କର ଫ୍ୟାନ୍ସ ଦେଇଛନ୍ତି ।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ରୋହିତ ଶର୍ମାଙ୍କୁ ତାଙ୍କର ଜଣେ ଫ୍ୟାନ୍ସ କିଛି କହୁଥିବା ଶୁଣାଯାଉଛି । ‘ରୋହିତ ଭଇ / ସାର, ଏଥର ଆଇପିଏଲରେ ଆପଣ କେଉଁ ଟିମ ପକ୍ଷରୁ ଖେଳିବେ । ଆପଣ ମୁମ୍ବାଇ ଛାଡ଼ି ବିରାଟ କୋହଲିଙ୍କ ଆରସିବିରେ ସାମିଲ ହୋଇ ଯାଆନ୍ତୁ ।’ ଫ୍ୟାନ୍ସ ଏପରି କିଛି କହୁଥିବା ବେଳେ ରୋହିତ ସେମାନଙ୍କୁ ହାତ ମାଧ୍ୟମରେ ଅଭିବାଦନ ଜଣାଇ ସେଠାରୁ ଚାଲିଯାଉଥିବା ଦେଖାଯାଉଛି ।

ସୂଚନା ଯୋଗ୍ୟ ଯେ, ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ର ମେଗା ଅକ୍ସନ ପୂର୍ବରୁ ସମସ୍ତ ଟିମଙ୍କୁ ରିଟେନ କରିବାକୁ ଥିବା ଖେଳାଳିଙ୍କର ଏକ ଲିଷ୍ଟ ଜାରି କରିବାକୁ ପଡ଼ିବ । ତେବେ ରୋହିତ ଶର୍ମା ଏବେ ମୁମ୍ବାଇ ଇଣ୍ଡିଆନ୍ସରେ ରହିଥିବା ବେଳେ ତାଙ୍କୁ ଯଦି ଏଥର ଫ୍ରାଞ୍ଚାଇଜ ରିଟେନ ନକରେ ତେବେ ଅକ୍ସନରେ ତାଙ୍କୁ କିଣିବା ପାଇଁ ଏକ ମୋଟା ଅଙ୍କର ଅର୍ଥ ଲାଗିପାରେ । ତେବେ ମୁମ୍ବାଇକୁ ୫ ଥର ଚାମ୍ପିୟନ କରାଇଥିବା ରୋହିତ ଆଗାମୀ ସିଜିନରେ ଏହି ଟିମ୍ ସହ ରହିବେ କି ନା ତାହାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି । ଆରସିବି ଯଦି ରୋହିତଙ୍କୁ ଦଳରେ ସାମିଲ କରେ ତେବେ ତାଙ୍କ ପାଇଁ ୨୦ କୋଟି ଅର୍ଥ ଖର୍ଚ୍ଚ କରିବ ବୋଲି ଅଶ୍ୱିନ କହିଥିଲେ ।

Get real time updates directly on you device, subscribe now.