fbpx

ପଞ୍ଜାବ-ନବାଙ୍ଗଲୋର ମ୍ୟାଚ୍ ମଧ୍ୟରେ ଆସିଲା କଳା ବିଲେଇ, ବିାରଟ କୋହଲିଙ୍କୁ ଟ୍ରୋଲ କଲେ ପ୍ରଶଂସକ

ମୁମ୍ବାଇ: ଆଇପିଏଲ ଚଳିତ ସିଜନରେ ବିରାଟ କୋହଲି ୩ଥର ଗୋଲଡେନ୍ ଡକରେ ଆଉଟ୍ ହେଲେଣି । ତାଙ୍କ ଖେଳ ଜୀବନର ଏହା ସବୁଠୁ ଖରାପ ସମୟ ଚାଲୁଥିବା କୁହାଯାଉଛି । ଶୁକ୍ରବାର ପଞ୍ଜାବ କିଙ୍ଗସ୍ ବିପକ୍ଷ ମ୍ୟାଚ୍ ରେ ବିରାଟ ଭଲ ଆରମ୍ଭ କରିଥିଲେ ମଧ୍ୟ ଏହାକୁ ଏକ ବଡ଼ସ୍କୋରରେ ପରିଣତ କରିପାରି ନଥିଲେ । ଏହି ମ୍ୟାଚ୍ ରେ ସେ ମାତ୍ର ୨୦ ରନ୍ କରିପାରିଥିଲେ । ମ୍ୟାଚ୍ ରେ ବାଙ୍ଗଲୋର ୫୪ ରନ୍ ରେ ପରାଜୟ ବରଣ କରିଥିଲା ।

ତେବେ ଏହି ମ୍ୟାଚ୍ ଖେଳାଯାଉଥିବା ସମୟରେ ଏକ ମଜାଦାର ଘଟଣା ଘଟିଥିଲା । ବାଙ୍ଗଲୋର ବ୍ୟାଟିଂ ଆରମ୍ଭରୁ ହିଁ ଏକ କଳା ବିଲେଇ ଆସି ସାଇଟ୍ ସ୍କ୍ରୀନ୍ ଆଗରେ ବସି ଯାଇଥିଲା । ତେବେ ଏହି କାଳି ବିଲେଇକୁ ନେଇ ଫ୍ୟାନ୍ସମାନେ କୋହଲିଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରୁଛନ୍ତି ।

କୋହଲି ଆଉଟ୍ ହେବା ପରେ ଫାପ୍ ଡ୍ୟୁ ପ୍ଲେସିସ୍ ବ୍ୟାଟିଂ କରୁଥିଲେ । ଏହି ସମୟରେ ଏକ କଳା ବିଲେଇ ଆସି ସାଇଟ୍ ସ୍କ୍ରୀନ ଆଗରେ ବସି ଯାଇଥିଲା । ଏହାକୁ ଦେଖି ଡ୍ୟୁ ପ୍ଲେସିସ୍ ଚମକି ପଡ଼ିଥିଲେ । ବିଲେଇଟି ସେଠାରେ କିଛି ସମୟ ଧରି ବସି ରହିଥିଲା । ଏହି କାରଣରୁ ଖେଳ ସାମାନ୍ୟ ସମୟ ପାଇଁ ବନ୍ଦ ରହିଥିଲା । ବିଲେଇଟି କିଛି ସମୟ ପରେ ସେଠାରୁ ଚାଲି ଯାଇଥିଲା ଏବଂ ଖେଳ ଆରମ୍ଭ ହୋଇଥିଲା । ଏବେ ଏହି ଫୁଟେଜ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ମ୍ୟାଚ୍ ସମୟରେ ଏକ କଳା ବିଲେଇର ଭିଡିଓ ଆସିବା ପରେ ପ୍ରଶଂସକମାନେ ସୋସିଆଲ ମିଡିଆରେ ବାଙ୍ଗାଲୋରର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ। କେହି କେହି କହିଛନ୍ତି ଯେ ଏହି କଳା ବିଲେଇ କୋହଲିଙ୍କ ଖରାପ ଫର୍ମର କାରଣ ଅଟେ। ଅନ୍ୟଜଣେ ଲେଖିଛନ୍ତି, ‘ଏହି କଳା ବିଲେଇ ବିରାଟ କୋହଲିଙ୍କ ଖରାପ ଫର୍ମର କାରଣ ବୋଲି ମନେହୁଏ ଏବଂ ଆଜି ଏହା ପ୍ରମାଣିତ ହୋଇଛି।

Get real time updates directly on you device, subscribe now.