fbpx

ଚାଷୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ, ଆସନ୍ତାକାଲିଠୁ ମଣ୍ଡିରେ ବିକ୍ରି ହେବ ଧାନ

ସମ୍ବଲପୁର,୨୧ା୧୧(ଓଡ଼ିଶା ଭାସ୍କର): ସମ୍ବଲପୁରରେ ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି । ଆସନ୍ତାକାଲିଠାରୁ ମଣ୍ଡିରେ ଧାନ ବିକ୍ରି ହେବ । ଚାଷୀ ସଂଗଠନ ପକ୍ଷରୁ ଏହି ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବା ଜଣାପଡ଼ିଛି । ଟୋକନ ବ୍ୟବସ୍ଥାକୁ ନେଇ ରାସ୍ତା ଅବରୋଧ କରିଥିଲେ ଚାଷୀ । ମନ୍ତ୍ରୀ ଓ ବିଧାୟକଙ୍କ ସହ ଆଲୋଚନା ପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ ସମ୍ବଲପୁରରେ ଟୋକନ ବ୍ୟବସ୍ଥା ଉଚ୍ଛେଦ ଜିଦରେ ଚାଷୀ ସଙ୍ଗଠନ ଧାନ ବସ୍ତା ରଖି ବରେଇପାଲିରେ ଚାଷୀମାନେ ରାସ୍ତାରୋକ କରିଥିଲେ । ଗୋଟାଏ ସୁଦ୍ଧା ସରକାର ନିଷ୍ପତ୍ତି ନେବାକୁ ସମୟ ଦେଇଥିଲେ ଚାଷୀ ସଙ୍ଗଠନ । କିନ୍ତୁ ଡ଼େଡ଼ଲାଇନ ଭିତରେ ସରକାର କିଛି ନିଷ୍ପତ୍ତି ନନେବାରୁ ଚାଷୀ ସଙ୍ଗଠନ ରାସ୍ତାକୁ ଓହ୍ଲାଇଥିବା ସୂଚନା ମିଳିଥିଲା ।

Get real time updates directly on you device, subscribe now.