fbpx
BJD SKY
BJD SKY

PM Kisan Yojnaରେ କୃଷକଙ୍କୁ ମିଳିବ ଡବଲ ଟଙ୍କା: ୧୪ତମ କିସ୍ତିରେ ଆକାଉଣ୍ଟକୁ ଆସିବ ୪୦୦୦

BJD

ନୂଆଦିଲ୍ଲୀ: କେନ୍ଦ୍ର ସରକାର କୃଷକମାନଙ୍କ ପାଇଁ ଦେଇଛନ୍ତି ଏକ ବଡ ଖୁସି ଖବର । ଏଥର ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ ଡବଲ ଟଙ୍କା । ଅର୍ଥାତ୍ କୃଷକମାନେ ଯୋଜନାର ୧୪ ତମ କିସ୍ତିରେ ୨ ହଜାର ଟଙ୍କା ବଦଳରେ ୪ ହଜାର ଟଙ୍କା ପାଇପାରିବେ । ଏ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ସୂଚନା ମିଳିଛି । କେନ୍ଦ୍ର ସରକାରଙ୍କ ଦେଶର କୋଟି କୋଟି କୃଷକମାନଙ୍କ ପାଇଁ ଏହା ଏକ ଉପହାର ଭଳି ପାଲଟିଛି ।  ପିଏମ କିସାନ ଯୋଜନାକୁ ନେଇ ଏକ ବଡ ଘୋଷଣା ହୋଇଛି । ଯୋଜନାର ୧୪ତମ କିସ୍ତିରେ ଚାଷୀଙ୍କ ଆକାଉଣ୍ଟକୁ ଡବଲ ଟଙ୍କା ଆସିବ । ତେବେ ପ୍ରତ୍ୟେକ କିସ୍ତିରେ ୨୦୦୦ ଟଙ୍କା ଆସୁଥିବା ବେଳେ ଏଥର ଚାଷୀଙ୍କୁ ୪୦୦୦ ଟଙ୍କା ଦିଆଯିବ । ପିଏମ କିସାନ ଯୋଜନା ଅଧୀନରେ କୃଷକଙ୍କ ବିକାଶ ଏବଂ ସହାୟତା ପାଇଁ ଏହି ଯୋଜନା ପ୍ରଣୟନ କରିଛନ୍ତି କେନ୍ଦ୍ର ସରକାର । କୃଷକଙ୍କ ରୋଜଗାରକୁ ଦୁଇଗୁଣ କରିବା ପାଇଁ ସରକାରଙ୍କ ତରପରୁ ଏହି ଟଙ୍କା ପ୍ରଦାନ କରାଯାଇଥାଏ ।

ଅନେକ କୃଷକ ନିଜ ଭେରିଫିକେସନ୍ ପ୍ରସେସ୍ ପୂରା କରିପାରି ନଥିଲେ । ସେତିପାଇଁ ସେମାନଙ୍କ ଆକାଉଣ୍ଟକୁ ୧୩ତମ କିସ୍ତି ଆସି ପାରି ନଥିଲା । କିନ୍ତୁ ଏବେ ଅଦିକାଂଶ ଚାଷୀଙ୍କର ଭେରିଫିକେସନ ଶେଷ ହୋଇଛି । ତେଣୁ ଏଥର ୧୪ତମ କିସ୍ତିରେ ସରକାରଙ୍କ ତରଫରୁ ୨୦୦୦ଟଙ୍କା ବଦଳରେ ୪୦୦୦ ଟଙ୍କା ଟ୍ରାନ୍ସଫର କରିବେ । ୧୩ତମ କିସ୍ତି ପାଇ ନଥିବା ଚାଷୀମାନେ ମଧ୍ୟ ଏଥିରେ ସେମାନଙ୍କ ଟଙ୍କା ପାଇପାରିବେ । ଦେଶର କୋଟି କୋଟ କୃଷକଙ୍କ ଆକାଉଣ୍ଟକୁ ୧୩ଟି କିସ୍ତିରେ ଟଙ୍କା ଦିଆ ସରିଥିବା ବେଳେ ଏବେ ୧୪ତମ କିସ୍ତିକୁ ଅପେକ୍ଷା ରହିଛି ।

Get real time updates directly on you device, subscribe now.