fbpx

ଫେଶନ ଡିଜାଇନର ପ୍ରତ୍ୟୁଶାଙ୍କ ମୃତଦେହ ବାଥରୁମରୁ ମିଳିଲା, ମୃତ୍ୟୁର କାରଣ ଡିପ୍ରେସନ ନା ଆଉ କିଛି

ନୂଆଦିଲ୍ଲୀ: ମନୋରଞ୍ଜନ ଜଗତରୁ ଏକ ଦୁଃଖ ଖବର ଆସିଛି । ପ୍ରସିଦ୍ଧ ଫେଶନ ଡିଜାଇନର ପ୍ରତ୍ୟୁଶାଙ୍କ ପରଲୋକ ଘଟିଛି । ପ୍ରତ୍ୟୁଶାଙ୍କ ମୃତଦେହ ବାଥରୁମରୁ ମିଳିଥିବା ଜଣାପଡ଼ିଛି । ତାଙ୍କର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ତେବେ ପ୍ରତ୍ୟୁଶା ବାଥରୁମରେ କୋଇଲା ଓ ଷ୍ଟିମ ନେଇଥିବାରୁ ତାହା ତାଙ୍କର ମୃତ୍ୟୁର କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

ତାଙ୍କର ମୃତ୍ୟୁ ପରେ ପୋଲିସ ଏକ ମାମଲା ଦାୟର କରିବା ସହ ତାଙ୍କ ପରିବାର ଓ ବନ୍ଧୁ ପରିଜନଙ୍କୁ ଏନେଇ ସୂଚନା ଦିଆଯାଇଛି । ତେବେ ପ୍ରତ୍ୟୁଶା କିଛିଦିନ ଧରି ଡିପ୍ରେସନରେ ରହୁଥିବା କୁହାଯାଉଛି । ଅନ୍ୟ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ପ୍ରତ୍ୟୁଶା କାର୍ବନ ମନୋଅକ୍ସାଇଡ ସେବନ କରୁଥିଲେ । ଷ୍ଟିମ୍ ସହିତ ଏହି ସାମଗ୍ରୀ ସେବନ ତାଙ୍କର ମୃତ୍ୟୁର କାରଣ ବୋଲି ଆଶଙ୍କା କରାଯାଉଛି ।

ସୂଚନାଯୋଗ୍ୟ ଯେ, ପ୍ରତ୍ୟୁଶା ଆମେରିକାରେ ଫେଶନ ଡିଜାଇନିଂ କୋର୍ସ କରିଥିଲେ । ସେ ହାଇଦ୍ରାବାଦରୁ ନିଜର କ୍ୟାରିୟର ଶୁଭାରମ୍ଭ କରିଥିଲେ । ଗତ ୨୦୧୩ରେ ସେ ନିଜକୁ ଏକ ବ୍ରାଣ୍ଡ ଭାବେ ଉପସ୍ଥାପିତ କରିପାରିଥିଲେ । ତା’ ପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ସେ ଟଲିଉଡ ଇଣ୍ଡଷ୍ଟ୍ରିର ଅନେକ ପ୍ରସିଦ୍ଧ ସେଲିବ୍ରେଟିଙ୍କ କପଡ଼ା ଡିଜାଇନିଂ କରିଛନ୍ତି । ଏଥିସହିତ ସେ ବଲିଡଉର ଅନେକ ନାମିଦାମୀ ତାରକାଙ୍କ ସହ କାମ କରିସାରିଛନ୍ତି ।

Get real time updates directly on you device, subscribe now.