fbpx

ଭାରତରେ କରୋନାର ସାଙ୍ଘାତିକ ପରିସ୍ଥିତି: ୪ ଦିନରେ ୧୦୦୦ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୩ ।୪: ଚୀନରୁ ବ୍ୟାପିଥିବା କରୋନା ଭାଇରସ୍ ବର୍ତ୍ତମାନ ଭାରତରେ ଦ୍ରୁତ ଗତିରେ ମାଡିଚାଲିଛି । ତବଲିଗୀ ଜାମାତର ଅବହେଳା ଫଳରେ ମାତ୍ର ୪ ଦିନ ମଧ୍ୟରେ ଭାରତରେ ୧୦୦୦ ନୂଆ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ୨୩୧୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୭ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ ୨୦୮୮ ଜଣ କରୋନା ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଥିବା ବେଳେ ୫୬ ଜଣଙ୍କର ମୃତ୍ୟୁ ଘଟିଛି ।

ମହାରାଷ୍ଟ୍ରରେ ସର୍ବାଧିକ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁଜୁରାଟରେ ୭, ମଧ୍ୟପ୍ରଦେଶରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀ ଓ ପଞ୍ଜାବରେ ୪ ଜଣ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି । ସେହିଭଳି କର୍ଣ୍ଣାଟକ, ତେଲେଙ୍ଗାନା ଓ ପଶ୍ଚିବଙ୍ଗରେ ୩ ଜଣ ଲେଖାଏଁ ଲୋକଙ୍କ ମୃତ୍ୟୁ ଘଟିଛି । ଜମ୍ମୁ-କାଶ୍ମୀର, କେରଳ ଓ ଉତ୍ତରପ୍ରଦେଶରେ ୨ ଜଣ ଲେଖାଏଁ ଲୋକଙ୍କ ମୃତ୍ୟୁ ଘଟିଛି । ବିହାର, ତାମିଲନାଡୁ, ଆନ୍ଧ୍ର ଓ ହିମାଚଳ ପ୍ରଦେଶରେ ଜଣେ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ତେବେ କରୋନା ଭାଇରସ୍ ଏବେ ସମଗ୍ର ଦେଶକୁ ନିଜ କବଜାକୁ ନେଇଯାଇଛି । ବର୍ତ୍ତମାନ ଦେଶର ୨୯ଟି ରାଜ୍ୟରେ କରୋନା ଭାଇରସ ବ୍ୟାପିଥିବା ଜଣାପଡିଛି । ଭାରତରେ କରୋନା ଜୀବାଣୁଙ୍କର ବିପଜ୍ଜନକ ଆକ୍ରମଣକୁ ଆକଳନ କରାଯାଇପାରିବ ଯେ ଗତ ମାସ ଆରମ୍ଭ ଅର୍ଥାତ୍ ମାର୍ଚ୍ଚ ୧ ପର୍ଯ୍ୟନ୍ତ ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ମାତ୍ର ୩ ଥିଲା। ଏହି ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇଲା ଏବଂ ୧୪ ମାର୍ଚ୍ଚ ସୁଦ୍ଧା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୦୦ ମାର୍କ ଅତିକ୍ରମ କଲା । ମାର୍ଚ୍ଚ ୨୪ ରେ ଏହି ସଂଖ୍ୟା ୫୦୦ ଅତିକ୍ରମ କରିଥିଲା ଏବଂ ୨୯ ମାର୍ଚ୍ଚ ସୁଦ୍ଧା କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୦୦୦ ମାର୍କ ଅତିକ୍ରମ କରିଥିଲା। ଏହା ପରେ ଭାରତରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଲା । ଫଳରେ ରୋଗୀଙ୍କ ସଂଖ୍ୟା ବଢି ବଢି ୨୦୦୦ ରୁ ଅଧିକ ହେଲା ।

Get real time updates directly on you device, subscribe now.