fbpx

OPSC ୨୦୨୦ ପ୍ରିଲିମ ପରୀକ୍ଷାରେ ସାଙ୍ଘାତିକ ତ୍ରୁଟି, ଆଡମିଟ କାର୍ଡରେ ସିଭିଲ ପରୀକ୍ଷା ଜାଗାରେ ଲେଖାଅଛି ଆସିଷ୍ଟାଣ୍ଡ SOIL କଞ୍ଜର୍ଭେସନ ଅଫିସର

ଭୁବନେଶ୍ୱର(ଓଡିଶା ଭାସ୍କର): ଆସନ୍ତା ୨୭ରେ ଅନୁଷ୍ଠିତ ହେବ OPSC ୨୦୨୦ ପ୍ରିଲିମ ପରୀକ୍ଷା। ଯାହାକୁ ନେଇ ଜୋରସୋରରେ ପ୍ରସ୍ତୁତିରେ ଲାଗିଛନ୍ତି ଆଶାୟୀ ପ୍ରାର୍ଥୀ । ହେଲେ ପ୍ରଶାସନ ଏଠି ଚଳାଇଛି ଅନ୍ଧ ଶାସନ । କାରଣ ଜାରି ହୋଇଥିବା ଆଡମିଟ କାର୍ଡରେ ସିଭିଲ ପରୀକ୍ଷା ସ୍ଥାନରେ ଲେଖା ହୋଇଛି ଆସିଷ୍ଟାଣ୍ଡ SOIL କଂଜର୍ଭେସନ ଅଫିସର । ଖାଲି ସେତିକି ନୁହେ ଆଡମିଟ କାର୍ଡରେ ପରୀକ୍ଷା ତାରିଖ ଓ ସମୟ ମଧ୍ୟ ଲେଖା ଯାଇନି ଏବଂ ଆଡମିଟ କାର୍ଡ ଡାଉନଲୋଡ କରିବାକୁ ଲିଙ୍କ ହିଁ ଶୋ କରୁନାହିଁ । ଆଡମିଟ କାର୍ଡରେ ଦସ୍ତଖତ ହିଁ ନାହିଁ ।

ଏହି ସବୁ ତ୍ରୁଟିକୁ ନେଇ ପରୀକ୍ଷାର୍ଥୀଙ୍କ ଚିନ୍ତା ବଢିଛି । ରଜତ କୁମାର ମିଶ୍ର ନାମକ ଜଣେ ଛାତ୍ର ଏ ନେଇ ଟ୍ବିଟ କରି ତ୍ରୁଟି ସମ୍ପର୍କରେ ଜଣାଇଥିଲେ । ଏହା ଓପିଏସସି ନଜରକୁ ଆସିବା ପରେ ଏହା ଏକ ଯାନ୍ତ୍ରିକ ତ୍ରୁଟି ଏବଂ ଏହି ତ୍ରୁଟିରେ ସୁଧାର ଆଣାଯିବ ବୋଲି ପ୍ରେସ ରିଲିଜ ଜରିଆରେ ଓପିଏସସି ପକ୍ଷରୁ କୁହାଯାଇଛି । ତେବେ ସିଭିଲ ଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ଏପରି ତ୍ରୁଟି କିପରି ହେଉଛି? ଯଦି ଆଡମିଟ କାର୍ଡରେ ତ୍ରୁଟି ହେଉଛି ତେବେ ରେଜଲ୍ଟ କିପରି ତ୍ରୁଟିଶୂନ୍ୟ ହେବ ବୋଲି ଛାତ୍ରଛାତ୍ରୀ ମାନେ ପ୍ରଶ୍ନ ଉଠାଇଛନ୍ତି ।

Get real time updates directly on you device, subscribe now.