fbpx

ଭୟଙ୍କର ସଡ଼କ ଦୁର୍ଘଟଣା ; ଅଜଣା ଗାଡି ଧକ୍କାରେ ଓଲଟି ପଡିଲା ବସ୍ , ୫ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ଏକ ଭୟଙ୍କର ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏକ ଅଜଣା ଗାଡି ଧକ୍କା ଦେବା ପରେ ବସ୍ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ରୁ ଅଧିକ ଲୋକ ଆହତ ହୋଇଥିଲେ। ପୋଲିସର ସୂଚନାନୁସାରେ, ବସ୍‌ରେ ସମୁଦାୟ ୪୦ ଏବଂ ଜଣ ଲୋକ ଥିଲେ।

ଶନିବାର ରାତିରେ ଉତ୍ତରପ୍ରଦେଶର ଜାଲାଉନ୍ ଜିଲ୍ଲାର ମାଧୋଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ଗୋପାଳପୁରା ନିକଟରେ ଏକ ବସ୍ ଓଲଟି ପଡ଼ିବାରୁ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ରୁ ଅଧିକ ଆହତ ହୋଇଛନ୍ତି। ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। ଉଦ୍ଧାର କାର୍ୟ୍ୟ ଜାରି ରହିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ପୋଲିସ କହିଛି।

Get real time updates directly on you device, subscribe now.