fbpx

ନୁପୂରଙ୍କୁ ସମର୍ଥନ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କଲା ୮ ବର୍ଷର ବାଳକ, ପିତାଙ୍କୁ ଖଣ୍ଡାରେ ହାଣି ହତ୍ୟାକଲେ ଉତ୍ତ୍ୟକ୍ତ ଲୋକେ

ନୂଆଦିଲ୍ଲୀ: ରାଜସ୍ଥାନର ଉଦୟପୁରରେ ପରିସ୍ଥିତି ଏବେ ଉତ୍ତେଜନାପୂର୍ଣ୍ଣ ରହିଛି । ଜଣେ ଆଠବର୍ଷର ବାଳକ ନୁପୂର ଶର୍ମାଙ୍କୁ ସମର୍ଥନ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ତେବେ ଏହାପରେ କିଛି ବ୍ୟକ୍ତି କ୍ରୋଧାନ୍ୱିତ ହୋଇ ଉକ୍ତ ବାଳକଙ୍କ ପିତାଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଭୟାନକ ପରିସ୍ଥିତି ରହିଛି । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ପୋଲିସ ଏହି ଘଟଣାରେ ଦୁଇଜଣ ଯୁବକଙ୍କୁ ଗିରଫ କରିଛି । ଏହି ହତ୍ୟା ଘଟଣା ପରେ ଉକ୍ତ ଅଞ୍ଚଳରେ ଇଣ୍ଟରନେଟ ସେବାକୁ ୨୪ ଘଣ୍ଟା ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣାକୁ ଅନେକ ରାଜନେତା ଦୃଢ଼ ନିନ୍ଦା କରିଛନ୍ତି । ହତ୍ୟାକାରୀଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

ସୂଚନା ମୁତାବକ, ଆଠ ବର୍ଷର ବାଳକ କହ୍ନେୟାଲାଲ ନିଜ ମୋବାଇଲରେ ନୁପୂରଙ୍କୁ ସମର୍ଥନ କରି ଏକ ପୋଷ୍ଟ କରିଥିଲେ । ଏହାପରେ କିଛି ଲୋକ ତାଙ୍କର ପିତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ । ତେବେ ଦୁଇ ହତ୍ୟାକାରୀ ମୁସଲମାନ ସମ୍ପ୍ରଦାୟର ବୋଲି କୁହାଯାଉଛି ।

Get real time updates directly on you device, subscribe now.