fbpx

ACF ସୌମ୍ୟ ରଞ୍ଜନଙ୍କ ମୃତ୍ୟୁର ତଦନ୍ତ କରିବ CBI ନା SIT! ହାଇକୋର୍ଟରେ ଦାୟର ହେଲା ମାମଲା

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ଇତିମଧ୍ୟରେ ଅଢ଼େଇ ମାସ ପୂରି ଗଲାଣି । ଏହି ମାମଲାର ତଦନ୍ତ ପୋଲିସ ଓ କ୍ରାଇମବ୍ରାଞ୍ଚ ଦ୍ୱାରା କରାଯାଇଥିଲେ ହେଁ ମୃତ୍ୟୁ ଉପରୁ ପରଦା ଏପର୍ଯ୍ୟନ୍ତ ହଟିନାହିଁ ।  ଏହାର ତଦନ୍ତ ଭାରତ ସିବିଆଇ କିମ୍ବା ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା (ଏସଆଇଟି)କୁ ଦେବା ପାଇଁ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ।

ଅଭିରାମ ଦାଖଲ କରିଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ପୁଅ ଗତବର୍ଷ ଡିସେମ୍ବର ୧ରେ ବିଦ୍ୟାଭାରତୀ ପଣ୍ଡାଙ୍କୁ ବିବାହ କରିଥିଲେ । ବିବାହର ଅଳ୍ପ କିଛିଦିନ ପରେ ତାଙ୍କ ବୋହୂଙ୍କ ସହିତ ଡିଏଫଓଙ୍କର ଅନୈତିକ ସଂପର୍କ ଗଢ଼ି ଉଠିଥିଲା । ଏନେଇ ସୌମ୍ୟ ପ୍ରତିବାଦ କରିଥିଲେ ହେଁ ବିଦ୍ୟାଭାରତୀ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ପରେ ଗତ ଜୁଲାଇ ୧୩ ତାରିଖରେ ସୌମ୍ୟଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । ଏନେଇ ସେ ପାରଳାଖେମୁଣ୍ଡି ଥାନାରେ ଏତଲା ଦେଇଥିଲେ । ତେବେ ଏହି ମାମଲାକୁ ଅଢ଼େଇ ମାସ ପୂରିଥିଲେ ହେଁ କାହାରିକୁ ଗିରଫ କରାଯାଇନାହିଁ । ଏହି ଘଟଣାରେ ଉଚ୍ଚପଦସ୍ଥ ସରକାରୀ ଅଫିସରଙ୍କ ହାତ ଥିବାରୁ ତଦନ୍ତକୁ ଜାଣିଶୁଣି ବାଟବଣା କରାଯାଉଛି । ସେ ମାମଲାରେ ଗୃହ ବିଭାଗ ସଚିବ, କ୍ରାଇବ୍ରାଞ୍ଚ ଏଡିଜି, ସିବିଆଇ ନିର୍ଦ୍ଦେଶକ, ପୋଲିସ ଡିଜିଙ୍କୁ ପକ୍ଷଭୁକ୍ତ କରିଛନ୍ତି । ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ସିବିଆଇ କିମ୍ବା ଏସଆଇଟି ଦ୍ୱାରା ଏହି ମାମଲାର ତଦନ୍ତ କରିବାକୁ ଅଭିରାମ ପିଟିସନରେ କହିଛନ୍ତି ।

Get real time updates directly on you device, subscribe now.