ବୁଧବାର ରାତି କୁନି ଝିଅ ପାଇଁ ଥିଲା କାଳ ରାତି… ନିଜ ଔରଷରୁ ଜନ୍ମିତା ୧୨ ବର୍ଷର ଝିଅ ସହ ଶାରୀରିକ ସମ୍ପର୍କ ରଖିଲା ବାପା
କଳଙ୍କିତ ହେଲା ବାପ-ଝିଅ ସମ୍ପର୍କ । ସହିପାରିଲାନି କଷ୍ଟ କାନ୍ଦି କାନ୍ଦି ମା’କୁ ସବୁ କହିଦେଲା କୁନି ଝିଅ ।
ଅତାବିରା: ବରଗଡ଼ ଜିଲ୍ଲା ଅତାବିରା ଥାନା ଅଞ୍ଚଳରୁ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ୩୬ ବର୍ଷୀୟ ବାପା ନିଜ ୧୨ ବର୍ଷିୟା ଝିଅ ସହ ଦୁଷ୍କର୍ମ କରିଛି । ଏ ନେଇ ଅତାବିରା ଥାନାରେ ମାମଲା ରୁଜୁ ହୋଇଛି ।
ଅତାବିରା ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ଘଟଣା ସମ୍ପର୍କରେ ଜାଣିବା ପରେ ବାପା ଓ ଝିଅକୁ ମେଡିକାଲ ଟେଷ୍ଟ ପାଇଁ ନିଆଯାଇଥିଲା ।
ପିଶାଚ ବାପା : ସ୍ୱାମୀ, ସ୍ତ୍ରୀ ମଧ୍ୟରେ ଝଗଡ଼ା ହେବା କାରଣରୁ ସ୍ତ୍ରୀ, ସମ୍ବଲପୁରରେ ଥିବା ନିଜ ବାପ ଘରକୁ ଚାଲିଯାଇଥିଲେ । ସ୍ୱାମୀ ପାଖରେ ୧୨ ବର୍ଷୀୟା ଝିଅ ଓ ୧୦ ବର୍ଷୀୟା ପୁଅ ରହୁଥିଲେ ।
ସ୍ତ୍ରୀ ମଝିରେ ମଝିରେ ସ୍ୱାମୀ ଘରକୁ ଯାଇ ପିଲାଛୁଆଙ୍କ କଥା ବୁଝିଦେଇ ଆସନ୍ତି । କିନ୍ତୁ ସେଠାରେ ଅଧିକ ଦିନ ରୁହନ୍ତି ନାହିଁ ।
ବୁଧବାର ରାତି ଥିଲାକୁନି ଝିଅ ପାଇଁ କଳାରାତି । ବାପା ନିଜ ଝିଅକୁ ବଳାକ୍ରାର କରି ତାକୁ ଅଣାୟତ କରିଦେଇଥିଲେ । ରାତିର କଷ୍ଟ ସହି ନ ପାରି କୁନି ଝିଅ ମା’କୁ ଫୋନ୍ କରି ସବୁ ସତ କଥା କହିଦେଲା ।
ଦଣ୍ଡ ଦାବି : ଏହାପରେ ସ୍ତ୍ରୀ ପିଲାଙ୍କ ପାଖକୁ ଆସି, ନିକଟସ୍ଥ ଥାନାରେ ସ୍ୱାମୀ ବିରୋଧରେ ଅଭିଯୋଗ କରିଥିଲେ । ଘଟଣାର ସୂଚନା ପାଇ ପୋଲିସ ତୁରନ୍ତ ଅଭିଯୁକ୍ତ ବାପାଙ୍କୁ ବାନ୍ଧି ନେଇଥିଲା । ଏହାପରେ ପୀଡ଼ିତ ଏବଂ ଅଭିଯୁକ୍ତକୁ ମେଡିକାଲ ଟେଷ୍ଟ ପାଇଁ ପଠାଯାଇଥିଲା ।
ଅତାବିରା ପୋଲିସ ଘଟଣାକୁ ଗୁରୁତର ସହ ନେଇ ଏହାର ତଦନ୍ତ କରୁଛି । ଅନ୍ୟପଟେ ସ୍ୱାମୀଙ୍କୁ ଉଚିତ୍ ଦଣ୍ଡ ଦେବା ଲାଗି ସ୍ତ୍ରୀ ଏବଂ ଗାଁ ଲୋକେ ଦାରବି କରିଛନ୍ତି ।