fbpx

Video: ଏକାଠି ଜଳିଲା ବାପା-ପୁଅ’ଙ୍କର ଜୁଇ: ପୁଅର ମୃତ୍ୟୁ ଖବର ଶୁଣି ଉଡ଼ିଗଲା ବାପାଙ୍କର ପ୍ରାଣବାୟୁ

ସୁବର୍ଣ୍ଣପୁର: ଶ୍ମସାନରେ ଜଳୁଛି ଜୁଇ, ଗୋଟିଏ ନୁହେଁ ଦୁଇ ଦୁଇଟିର ଜୁଇ। ତାହାପୁଣି ଦୁଇ ବାପ ପୁଙ୍କର। ବପା ହେଲେ ଆଦି ସା ଓ ପୁଆ ହେଲେ ଆର୍ତତ୍ରାଣ ସା। ଗତକାଲି ପୁଅ ବାପାଙ୍କ ଦେହ ଭଲ କରିବାକୁ ବଲାଙ୍ଗୀର ଭିମଭୋଇ ମେଡିକାଲକୁ ଯାଇଥିଲେ ଓ ବାପ ,ପୁଆ ଦୁହେଁ ଶବ ହୋଇ ଘରକୁ ଫେରିଲେ।

ଏମିତି ଏକ ଦୁଖଦ ଖବର ଆସିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଚଂଳ ପରିଷଦରୁ। ବାପା ଆଦିଙ୍କ ଦେହ ଭଲ ନଥିବାରୁ ପୁଅ ବାପାଙ୍କୁ ନେଇ ବଳାଙ୍ଗିର ମେଡିକାଲକୁ ଯାଇଥିଲେ। ସେଠାରେ ବାପାଙ୍କୁ ବେଡକୁ ନେଇ ଯାଉଥିବା ବେଳେ ପୁଅ ଆର୍ତତ୍ରାଣଙ୍କୁ ଭଲ ଲାଗୁନି ବୋଲି କହିଥିଲେ ଓ ସେଠାରେ ହିଁ ତାଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା। ଏହି ଘଟଣା କୁ ଦେଖି ବାପା ଆଦିଙ୍କ ମଧ୍ୟ ସେଠାରେ ପ୍ରାଣବାୟୁ ଉଡିଯାଇଥିଲା। ଏହିପରି ଏକ ଦୁଖଦ ଘଟଣା ପାଇଁ ତରଭା ଅଚଂଳରେ ଶୋକର ଛାୟା ଖେଳିଯାଇଛି।

Get real time updates directly on you device, subscribe now.