fbpx
BJD
BJD SKY
BJD SKY

FIDE ଚେସ୍ ବିଶ୍ୱକପ୍ ଫାଇନାଲ: କାର୍ଲସନଙ୍କ ବିପକ୍ଷରେ ପ୍ରଥମ ଗେମ୍ ଡ୍ର ରଖିଲେ ଆର୍ ପ୍ରଜ୍ଞାନନ୍ଦ

ନୂଆଦିଲ୍ଲୀ: ଆଜବୈଜାନର ବାକୁରେ ଚାଲିଥିବା FIDE ବିଶ୍ୱକପ୍ ଫାଇନାଲରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ ଏବଂ ବିଶ୍ୱର ଏକ ନମ୍ବର ମାନ୍ୟତା ପ୍ରାପ୍ତ ନରେୱେର ମାଗନସ୍ କାର୍ଲସନ୍‌ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଗେମ୍ ଡ୍ର’ରେ ଶେଷ ହୋଇଛି। ମଙ୍ଗଳବାର ଖେଳାଯାଇଥିବା ଏହି ମୁକାବିଲାରେ ୩୫ ଟି ମୁଭ୍ ପରେ ମଧ୍ୟ କୋଣସି ଫଳାଫଳ ବାହାରି ପାରି ନଥିଲା । ତେଣୁ ବୁଧବାର ମଧ୍ୟ ଫାଇନାଲ ମ୍ୟାଚ୍ ଜାରି ରହିବ ଏବଂ ମାଗନସ୍ ବୁଧବାର ଧଳା ବୋର୍ଡରେ ରହିବେ ।

ପ୍ରଜ୍ଞାନନ୍ଦ ବିଶ୍ୱର ୩ ନମ୍ବର ମାନ୍ୟତାପ୍ରାପ୍ତ ଫାବିଆନୋ କାରୁଆନାଙ୍କୁ ଟାଇ-ବ୍ରେକରରେ ହରାଇ ମାଗନସ୍‌୍‌ଙ୍କ ସହିତ ଫାଇନାଲ ମୁକାବିଲା ଖେଳିବାକୁ ଆସିଛନ୍ତି । ଉଲ୍ଲେଖଯୋଗ୍ୟ, ବିଶ୍ୱନାଥ ଆନନ୍ଦଙ୍କ ପରେ ପ୍ରଜ୍ଞାନନ୍ଦ ପ୍ରଥମ ଭାରତୀୟ ଖେଳାଳି ଭାବେ ଫାଇନାଲରେ ପ୍ରବେଶ କରିଛନ୍ତି ।

Get real time updates directly on you device, subscribe now.