fbpx

ଜାଣନ୍ତୁ କରୋନାର ୫ଟି ଭୟଙ୍କର ଲକ୍ଷଣ ବିଷୟରେ, ଯାହା ଆପଣଙ୍କୁ ଟାଣିନେଇଥାଏ ମୃତ୍ୟୁମୁଖକୁ

ସମଗ୍ର ଦେଶରେ କରୋନା ଭାଇରସର ପ୍ରକୋପ ଦ୍ରୁତଗତିରେ ବଢ଼ି ଚାଲିଛି । ତେବେ କୋଭିଡର ଦ୍ୱିତୀୟ ଲହର ପୂର୍ବ ଅପେକ୍ଷା ଅଧିକ ଘାତକ ସାଜିଛି । କୋଭିଡର ଏହି ନୂଆ ଷ୍ଟ୍ରେନ ଦ୍ୱାରା ଅଧିକ ଲୋକ ସଂକ୍ରମିତ ହେବା ସହ ଏହାର ଭୟଙ୍କର ଲକ୍ଷଣ ମଧ୍ୟ ସାମନାକୁ ଆସିଥିବା ଡାକ୍ତରମାନେ କହିଛନ୍ତି । ଆସନ୍ତୁ ଜାଣିବା ସେହି ଲକ୍ଷଣଗୁଡ଼ିକ ବିଷୟରେ:-

– ଛାତିରେ ଯନ୍ତ୍ରଣା ଅନୁଭବ ହେବା ଓ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେବା ହେଉଛି ଏହି ଷ୍ଟ୍ରେନର ଲକ୍ଷଣ । କରୋନା ଭାଇରସ ଆମର ଶରୀରର ସୁସ୍ଥ କୋଷିକା ଉପରେ ପ୍ରଭାବ ପକାଇବାକୁ ଚେଷ୍ଟା କରିଥାଏ । ଫଳରେ ରୋଗୀଙ୍କୁ ନିଃଶ୍ୱାସରେ କଷ୍ଟ ଅନୁଭବ ହେବା ସହ ଜୀବନ ପ୍ରତି ବିପଦ ଥାଏ ।

– ଛାତିରେ କୌଣସି ପ୍ରକାର ଯନ୍ତ୍ରଣା ଅନୁଭବ ହେଲେ ଏହାକୁ କଦାପି ହେଳା କରନ୍ତୁ ନାହିଁ । ଅନେକ ରୋଗୀଙ୍କ ଠାରେ କନଫ୍ୟୁଜନ, ଆଳସ୍ୟ, ଉଦବେଗ, ଅଶାନ୍ତି ଆଦି ଲକ୍ଷଣ ଦେଖାଦେଇଥାଏ । ଯଦି କୌଣସି ବ୍ୟକ୍ତି ସାଧାରଣ କାର୍ଯ୍ୟ କରିବାରେ ଅକ୍ଷମତା ପ୍ରକାଶ କରେ, ତେବେ ସେ ତୁରନ୍ତ ଚିକିତ୍ସା କରିବା ଉଚିତ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି ।

– କରୋନା ପଜିଟିଭ୍ ହୋଇଥିଲେ କିଛି ଲୋକଙ୍କ ଓଠ ଓ ଶରୀର ନୀଳ ରଙ୍ଗ ହୋଇଯାଇଥାଏ । ଏହା ଶରୀରର ଅକ୍ସିଜେନର ସ୍ତର ବିଷୟରେ ସୂଚନା ଦେଇଥାଏ । ଶରୀରକୁ ପର୍ଯ୍ୟାପ୍ତ ମାତ୍ରାରେ ଅକ୍ସିଜେନ ମିଳି ନ ପାରିବା କାରଣରୁ ଅଙ୍ଗପ୍ରତ୍ୟଙ୍ଗ ଠିକ ଭାବରେ କାର୍ଯ୍ୟକ୍ଷମ ହୋଇପାରନ୍ତି ନାହିଁ ।

– ଏତଦବ୍ୟତୀତ, ଥଣ୍ଡା, କାଶ, ସର୍ଦ୍ଦି, ଗଳାରେ ଶୁଷ୍କତା, ମୁହଁ ଦର୍ଦ, ଗଣ୍ଠି ଯନ୍ତ୍ରଣା ଆଦି କରୋନାର ସାମାନ୍ୟ ଲକ୍ଷଣ । ସାଧାରଣତଃ କରୋନାର ଲକ୍ଷଣ ଦେଖାଦେଲେ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଥାଏ । ମାତ୍ର ଅନେକଙ୍କ କ୍ଷେତ୍ରରେ ଏହି ଲକ୍ଷଣ ଅଧିକ ଗମ୍ଭୀର ହୋଇଯାଇଥାଏ । ସେ କ୍ଷେତ୍ରରେ ରୋଗୀଙ୍କୁ ତୁରନ୍ତ ହସ୍ପିଟାଲ ନେବା ଉଚିତ ।

Get real time updates directly on you device, subscribe now.