fbpx

FIFAର ବଡ଼ ଘୋଷଣା: ଫୁଟବଲ୍ ବିଶ୍ୱକପରୁ ବାହାର ହେଲା ରୁଷ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଲଢେଇ ପୂରା ଦୁନିଆରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି। ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ସମଗ୍ର ଦୁନିଆ ଏବେ ଏହି ଶକ୍ତିଶାଳୀ ଦେଶକୁ ସମାଲୋଚନା କରୁଛି । ଏହି ଲଢେଇରେ କ୍ରୀଡା ଜଗତ ଉପରେ ମଧ୍ୟ ପ୍ରଭାବ ପଡିଛି। ପୋଲାଣ୍ଡ, ସ୍ଵିଡେନ ପରି ଦେଶ ରୁଷ ବିରୋଧରେ ଫୁଟବଲ୍ ମ୍ୟାଚ୍ ଖେଳିବାକୁ ମନା କରି ଦେଇଛନ୍ତି। ତେବେ ୟୁକ୍ରେନ ଉପରେ ଆକ୍ରମଣ ଏବେ ରୁଷକୁ ମହଙ୍ଗା ପଡ଼ିଛି । ଅନ୍ତର୍ଜାତୀୟ ଫୁଟବଲ୍ ରୁ ରୁଷକୁ ନିଲମ୍ବିତ କରିଦିଆଯାଇଛି ।

ସୋମବାର ଦିନ FIFA ଓ UEFA ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିରେ କୁହାଯାଇଛି ଯେ, ରୁଷକୁ ଜାତୀୟ ଟିମ୍ ଓ କ୍ଲବ୍ ରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଲମ୍ବିତ କରିଦିଆଯାଇଛି । ଖାଲି ସେତିକି ନୁହେଁ ଆହୁରି ବି କୁହାଯାଇଛି ଯେ, ଫୁଟବଲ୍ ଏଠାରେ ସମ୍ପୂର୍ଣ୍ଣ ରୁପେ ଏକଜୁଟ୍ ରହିଛି । ୟୁକ୍ରେନରେ ପ୍ରଭାବିତ ହେଉଥିବା ଲୋକଙ୍କ ସହିତ ଏକଜୁଟ୍ ରହିଛି । ଆଶା ରହିଛି ଯେ, ଖୁବ୍ ଶୀଘ୍ର ସ୍ଥିତି ସୁଧୁରିବ ଯାହା ଫଳରେ ଫୁଟବଲ୍ ପୁଣି ଲୋକଙ୍କ ମଧ୍ୟରେ ଏକତା ଓ ଶାନ୍ତି ବାହାକ ବନିପାରିବ ।

ଅନ୍ୟପଟେ ଅନ୍ତଜାର୍ତୀୟ ଅଲିମ୍ପିକ୍ ସମିତି(ଆଇଓସି)ର କାର୍ଯ୍ୟକାରୀ ବୋର୍ଡ(ଇବି) ପକ୍ଷରୁ ଦୁନିଆର ସମସ୍ତ ଅନ୍ତରାଷ୍ଟ୍ରୀୟ କ୍ରୀଡା ସଂଘ ଓ ଇଭେଣ୍ଟ୍ ଆୟୋଜକଙ୍କୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରୁ ରୁଷ ଓ ବେଲାରୁସୀ ଆଥଲେଟ୍ ଙ୍କ ସହିତ ଅଧିକାରୀଙ୍କୁ ସାମିଲ ନ କରାଯାଉ ବୋଲି ସୁପାରିଶ କରାଯାଇଛି ।

Get real time updates directly on you device, subscribe now.