fbpx

ୟୁରୋ ୨୦୨୪: ରୋନାଲ୍ଡୋଙ୍କୁ ଫିଫାର ସ୍ବତନ୍ତ୍ର ସମ୍ମାନ, ଲେଖିଲା ‘ଥାଲା’ କ୍ୟାପସନ

Advertisement

ନୂଆଦିଲ୍ଲୀ: ପର୍ତ୍ତୁଗାଲ ଷ୍ଟାର ଫୁଟବଲର କ୍ରିଷ୍ଟିଆନ ରୋନାଲଡୋ ଆଜି ୟୁରୋକଫରେ ନିଜର ପ୍ରଥମ ମ୍ୟାଚ୍ ଚେକ ରିପବ୍ଲିକ ବିପକ୍ଷରେ ଖେଳିବେ । ୨୦୧୬ ମସିହାରେ ପର୍ତ୍ତୁଗାଲକୁ ୟୁରୋ ଚାମ୍ଫିଆନ କରିଥିବା ରୋନାଲଡୋଙ୍କୁ ଫିଫା ମଙ୍ଗଳବାର ଦିନ ବିଶେଷ ଉପହାର ଦେଇ ପ୍ରଶଂସକଙ୍କୁ ଚକିତ କରିଛି । ଫିଫା ଅଫିସିଆଲ ରୋନାଲଡୋଙ୍କ ଗୋଟିଏ ଫଟୋ ପୋଷ୍ଟ କରିଛି । ଯାହା ଭାରତରେ ମାହିଙ୍କ ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛି ।

ଏଠାରେ କହିରଖୁ, ମଙ୍ଗଳବାର ଫିଫା କରିଥିବା ଏହି ପୋଷ୍ଟରେ ଲେଖା ହୋଇଛି ‘ଥାଲା ଫର ଏ ରିଜନ’ ଯାହା ଉଭୟ ରୋନାଲଡୋ ଓ ମାହିଙ୍କ ଫ୍ୟାନ୍ସକୁ ପାଗଳ କରି ପାରିଛି । ଆଇପିଏଲରେ ଧୋନି ପ୍ରଶଂସକ ଏହି ଉକ୍ତିର ବ୍ୟବହାର କରିଥାଆନ୍ତି ।

କେମିତି ଆରମ୍ଭ ହୋଇଥିଲା ‘ଥାଲା ଫର ଏ ରିଜନ’
ଧୋନିଙ୍କ ପ୍ରଶଂସକ ବେଶ ପାଗଳ ଥାଆନ୍ତି ମାହିଙ୍କ ପାଇାଁ ସୋସିଆଲ ମିଡିଆରେ ତାଙ୍କର ଅନେକ ମିମ୍ସ ଓ ମଜାକିଆ ଭିଡିଓ ମଧ୍ୟ ସେମାନେ ସେୟାର କରନ୍ତି । କ୍ରିକେଟ ଜଗତର ସବୁ ବଡ଼ ଘଟଣାରେ ତାଙ୍କର ଜର୍ସି ନମ୍ବର ୭ କୁ ଯୋଡି ଦିଆଯାଇଥାଏ ।

ଯାହା ଏବେ ଫିଫାରେ ଦେଖିବାକୁ ମିଳିଛି, ମାନେ ଫୁଟବଲ ଷ୍ଟାର କ୍ରିଷ୍ଟିଆନ ରୋନାଲଡୋଙ୍କ ଜର୍ସି ନମ୍ବର ମଧ୍ୟ ସମାନା ଏଥିପାଇଁ ସୋସିଆଲ ମିଡିଆରେ ରୋନାଲଡୋ ଓ ଧୋନି ଏବେ ଚର୍ଚ୍ଚାର ।

Get real time updates directly on you device, subscribe now.