fbpx

ବିରାଟଙ୍କ ୪୯ତମ ଶତକ ଭାଙ୍ଗିଲା FIFA ବିଶ୍ୱକପ ଫାଇନାଲ ରେକର୍ଡ: ପ୍ରଥମ ଥର ପାଇଁ ଅନଲାଇନରେ ମ୍ୟାଚ ଦେଖିଲେ ୪.୪ କୋଟି ଦର୍ଶକ

Advertisement

ନୂଆଦିଲ୍ଲୀ: ନଭେମ୍ବର ୫ ତାରିଖରେ ଭାରତର ରନ୍ ମେଶିନ୍ ବିରାଟ କୋହଲି ନିଜର ୩୫ତମ ଜନ୍ମଦିବସରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ କୋହଲି ୪୯ତମ ଶତକ ହାସଲ କରି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କର ସର୍ବାଧିକ ଦିନିକିଆ ରେକର୍ଡ ସମକକ୍ଷ ହୋଇଥିଲେ । ତେବେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରେ ଯୋଡ଼ି ହୋଇଛି ପୁଣି ଏକ ନୂଆ ରେକର୍ଡ ।

ବିରାଟଙ୍କ ୪୯ତମ ଶତକ କତାରରେ ଖେଳାଯାଇଥିବା ଫିଫା ବିଶ୍ୱକପ ୨୦୨୨ ଫାଇନାଲର ରେକର୍ଡଙ୍କୁ ଭାଙ୍ଗି ଦେଇଛି । ଆର୍ଜେଣ୍ଟିନା-ଫ୍ରାନ୍ସ ମଧ୍ୟରେ ଫାଇନାଲ ମୁକାବିଲା ହୋଇଥିବା ବେଳେ ଲିଓନେଲ ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ବିଶ୍ୱ ଚାମ୍ପିୟନ ହୋଇଥିଲା । ଉକ୍ତ ମ୍ୟାଚକୁ ୩.୨ କୋଟି ଲୋକ ଜିଓ ସିନେମାରେ ଲାଇଭ୍ ଦେଖିଥିଲେ ।

ତେବେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ଫିଫା ଫାଇନାଲ ମ୍ୟାଚର ରେକର୍ଡ ଭାଙ୍ଗି ଦେଇଛି । ଏହି ମ୍ୟାଚକୁ ଡିସନେ ପ୍ଲସ ହଟଷ୍ଟାରରେ ୪.୪ କୋଟି ଲୋକ ଦେଖିଥିଲେ । ପ୍ରଥମ ଥର ପାଇଁ ଲାଇଭରେ ଏକ ମ୍ୟାଚକୁ ଏତେ ସଂଖ୍ୟକ ଦର୍ଶକ ଦେଖିଥିଲେ । ଏହା ପୂର୍ବରୁ ଗତ ମାସ ୨୨ ତାରିଖରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚକୁ ଡିସନେ ପ୍ଲସ ହଟଷ୍ଟାରରେ ୪.୩ କୋଟି ଲୋକ ଦେଖିଥିଲେ । ଏଥିସହିତ ଟିଭିରେ ମଧ୍ୟ କୋଟି କୋଟି ଦର୍ଶକ ମ୍ୟାଚକୁ ଉପଭୋଗ କରୁଥିଲେ । ସେହିପରି ଗତ ଅକ୍ଟୋବର ୧୪ରେ ସମାପ୍ତ ହୋଇଥିବା ଏସିଆ କପରେ ଭାରତ-ପାକିସ୍ତାନ ପରସ୍ପର ସହ ମୁହାଁମୁହିଁ ହୋଇଥିବା ବେଳେ ଉକ୍ତ ମ୍ୟାଚକୁ ୨.୮ କୋଟି ଦର୍ଶକ ଦେଖିଥିଲେ ।

Get real time updates directly on you device, subscribe now.