fbpx

ଟ୍ରେନ୍ କି ବସ୍ ରେ ଭୁଲରେ ବି କାହା କାନ୍ଧ ଉପରେ ମୁଣ୍ଡ ରଖି ଶୁଅନ୍ତୁ ନାହିଁ, ଏହି ବ୍ୟକ୍ତିଙ୍କ ପରି ଖାଇବାକୁ ପଡିବ ଭୀଷଣ ମାଡ

AAKASH

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ ହେଉ କିମ୍ବା ମୁମ୍ବାଇ ଲୋକାଲ ଟ୍ରେନ୍ ଏଥିରେ ଆପଣ ଯାତ୍ରୀଙ୍କ ମଧ୍ୟରେ ପ୍ରାୟ ସମୟରେ ଝଗଡା ଲାଗୁଥିବାର ଦେଖୁଥିବେ । ଏବେ ଏହିପରି ଏକ ଝଗଡାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ତେବେ ଏହି ଝଗଡାର ଦୃଶ୍ୟ ଆମ ଦେଶର ନୁହେଁ ବରଂ ଆମ ଦେଶ ବାହାରର । ଏହି ଝଗଡା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ଲୋକମାନେ ପରସ୍ପରକୁ ଗୋଇଠା ଓ ମୁଥ ମାରୁଥିବାର ନଜର ଆସୁଛି । ଏହି ମାମଲା ଆମେରିକାର ନ୍ୟୁୟର୍କ ସହରର । ଏଠାରେ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କୁ ଏଇଥିପାଇଁ ପିଟିଛନ୍ତି କି ବ୍ୟକ୍ତି ଜଣକ ତାଙ୍କ କାନ୍ଧ ଉପରେ ମୁଣ୍ଡ ରଖି ଶୋଇପଡିଥିଲେ । ଏହି ଘଟଣା ଆଜି ସକାଳ ୫ଘ.୩୦ ମି.ରେ ଘଟିଛି ।

ଆକ୍ରମଣକାରୀ ଏକ ମାଟିଆ ରଙ୍ଗର ଟି’ ସାର୍ଟ ପିନ୍ଧିଛନ୍ତି ଯାହା ଉପରେ ଆମେରିକୀୟ ପତାକାର ଚିତ୍ର ରହିଛି । ଆକ୍ରମଣକାରୀ ୨୭ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ଖୁବ୍ ପିଟିଛନ୍ତି କାରଣ ସେ ତାଙ୍କ କାନ୍ଧ ଉପରେ ମୁଣ୍ଡ ରଖି ଶୋଇପଡିଥିଲେ ଓ ଶୋଇବା ସମୟରେ କିଛି ବିଳିବିଳାଉ ଥିଲେ ।

ଏହି ଘଟଣା କ୍ୟାମେରାରେ କଏଦ ହୋଇଯାଇଥିଲା । ପରେ ଏହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏହି ଦୁଇଜଣଙ୍କ ମଧ୍ୟରେ ଝଗଡା ସେତେବେଳେ ବନ୍ଦ ହୋଇଥିଲା ଯେତେବେଳେ ଟ୍ରେନ ଆସି ଷ୍ଟେସନରେ ଅଟକିଥିଲା । ପୀଡିତ ବ୍ୟକ୍ତି ଟ୍ରେନରୁ ଓହ୍ଲାଇ ଯାଇଥିବା ବେଳେ ଅଭିଯୁକ୍ତ ଟ୍ରେନରେ ହିଁ ଥିଲା । ପୀଡିତ ଏହି ଘଟଣା ବିଷୟରେ ପୋଲିସରେ ଅଭିଯୋଗ କରିଥିଲା । ଅଜଣା ଅଭିଯୁକ୍ତଙ୍କ ବିରୁଦ୍ଧରେ ଅଭିଯୋଗ ଥାନାରେ ଦାଖଲ ହୋଇସାରିଛି ଓ ପୋଲିସ ଅଭିଯୁକ୍ତଙ୍କୁ ସନ୍ଧାନ କରିବାରେ ଲାଗିପଡିଛି ।

Get real time updates directly on you device, subscribe now.