fbpx

Big Breaking… ଭାରତକୁ ‘ଫାଇନାଲ’ ଟାର୍ଗେଟ: ବିଶ୍ୱକପ୍ ଟ୍ରଫିରୁ ୨୫୪ ରନ୍ ଦୂରରେ ଟିମ ଇଣ୍ଡିଆ

AAKASH

ନୂଆଦିଲ୍ଲୀ: ଆଜି ଅଣ୍ଡର-୧୯ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଭାରତକୁ ୨୫୪ ରନର ବିଜୟ ଲକ୍ଷ୍ୟ ଦେଇଛି । ଭାରତର ଦମଦାର ବୋଲିଂ ପରେ ମଧ୍ୟ ହରଜାସ ସିଂହଙ୍କ ଅର୍ଦ୍ଧଶତକ ସହିତ ଅଧିନାୟକ ୱେବଜେନ ଏବଂ ଓଲିଭର ପିକଙ୍କ ବିସ୍ପୋରକ ଇନିଂସ ଅଷ୍ଟ୍ରେଲିଆକୁ ଏହି ସମ୍ମାନଜନକ ସ୍କୋରରେ ପହଞ୍ଚାଇଛି । ଏହି ଫାଇନାଲ ମ୍ୟାଚରେ ଅଷ୍ୟ୍ରେଲିଆ ୭ ୱିକେଟ ହରାଇ ୨୫୩ ରନ୍ ସଂଗ୍ରହ କରିଛି । ତେବେ ଭାରତକୁ ଚମ୍ପିଆନ୍ ହେବା ପାଇଁ ୨୫୪ ରନର ବିଜୟ ଲକ୍ଷ୍ୟ ମିଳିଛି ।

ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚରେ ଏକ ରୋମାଞ୍ଚକର ସଂଘର୍ଷ ଦେଖିବାକୁ ମିଳିଛି । ବେନୋନୀରେ ଖେଳାଯାଉଥିବା ଫାଇନାଲ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ଏହି ମ୍ୟାଚରେ ହରଜସ ସିଂହଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଦଳ ୫୦ ଓଭରରୁ ୨୫୩ ରନ୍ ସଂଗ୍ରହ କରିଛି । ଅଷ୍ଟ୍ରେଲିଆ ପକ୍ଷରୁ ହରଜସ ସର୍ବାଧିକ ୫୫ ରନ୍ କରିଥିବା ବେଳେ ଅଧିନାୟକ ୱେବଜେନ୍ ୪୮ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି । ଏହାବ୍ୟତୀତ ଇନିଂସ ଶେଷରେ ଓଲିଭର ପିକ ୪୩ ବଲରୁ ୪୬ ରନ୍ ସଂଗ୍ରହ କରି ଅଷ୍ଟ୍ରେଲିଆକୁ ୨୫୩ ରନରେ ପହଞ୍ଚାଇଛନ୍ତି । ଏହାଦ୍ୱାରା ଭାରତକୁ ୨୫୪ ରନର ବିଜୟ ଲକ୍ଷ୍ୟ ମିଳିପାରିଛି । ବିଶ୍ୱକପ ଟ୍ରଫି ନିକଟରୁ ଟିମ ଇଣ୍ଡିଆ ୨୫୪ ରନ୍ ଦୂରରେ ରହିଛନ୍ତି ।

ସେପଟେ ଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆ ପକ୍ଷରୁ ରାଜ ଲିମ୍ବାନୀ ସବୁଠାରୁ ସଫଳ ବୋଲର ହୋଇଛନ୍ତି । ରାଜ ଲିମ୍ବାନୀ ୧୦ ଓଭରରେ ମାତ୍ର ୩୮ ରନ୍ ଦେଇ ୩ଟି ୱିକେଟ ନିଜ ନାମରେ କରିଛନ୍ତି । ଏହାବ୍ୟତୀତ ନମନ ତିୱାରୀ ୨ଟି ସଫଳତା ପାଇଥିବା ବେଳେ ସୌମୀ ପାଣ୍ଡେ ଏବଂ ମୁଶୀର ଖାନ୍ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

Get real time updates directly on you device, subscribe now.