fbpx

ଲୋକସଭାରେ ଉପସ୍ଥାପିତ ହେଲା ଫାଇନାନ୍ସ ବିଲ୍‌: ସରକାରୀ କର୍ମଚାରୀଙ୍କ ପେନସନ୍ ପାଇଁ ଗଠନ ହେବ କମିଟି

ନୂଆଦିଲ୍ଲୀ: ଶୁକ୍ରବାର ଲୋକସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫାଇନାନ୍ସ ବିଲ୍ ୨୦୨୩ କୁ ଗୃହର ଗୃହରେ ଉପସ୍ଥାପନ କରିଛନ୍ତି । ଆଦାନୀ-ହିଣ୍ଡେନ୍‌ବର୍ଗ ମାମଲାରେ ଜେପିସି ଗଠନ ଦାବିରେ ବିରୋଧୀଙ୍କ ହୋହାଲ୍ଲା ମଧ୍ୟରେ ଲୋକସଭାରେ ଫାଇନାନ୍ସ ବିଲ୍ ମଧ୍ୟ ପାରିତ ହୋଇଛି । ଏହି ବିଲ୍‌ରେ ସରକାରୀ କର୍ମଚାରୀଙ୍କ ପାଇଁ ପେନ୍‌ସନ୍ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଦୃଷ୍ଟି ରଖିବା ପାଇଁ ଏକ କମିଟି ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଛି ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।

ସରକାରୀ କର୍ମଚାରୀଙ୍କ ପାଇଁ ଜାତୀୟ ପେନ୍ସନ୍ ସିଷ୍ଟମ (ଏନପିଏସ୍‌) ରେ ସଂସ୍କାର ଆଣିବାର ଆବଶ୍ୟକତା ଥିବା ଅର୍ଥମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି- ପେନ୍‌ସନ୍‌ର ଏହି ପ୍ରସଙ୍ଗକୁ ଦେଖିବା ପାଇଁ ଅର୍ଥ ସଚିବଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିବାକୁ ମୁଁ ପ୍ରସ୍ତାବ ଦେଇଛି ।

ଏହା ସହିତ ଅର୍ଥମନ୍ତ୍ରୀ ସୀତାରମଣ ଲୋକସଭାକୁ କହିଛନ୍ତି ଯେ ଲିବରାଲାଇଜଡ୍ ରିମିଟାନ୍ସ ସ୍କିମ୍ (ଏଲ୍‌ଆରଏସ୍‌) ଅଧୀନରେ ବୈଦେଶିକ ଗସ୍ତରେ କ୍ରେଡିଟ୍ କାର୍ଡ ପେମେଣ୍ଟ ଗ୍ରହଣ କରାଯାଉ ନାହିଁ । ଏହାକୁ କେନ୍ଦ୍ରୀୟ ରିଜର୍ଭ ବ୍ୟାଙ୍କ ଦୃଷ୍ଟି ଦେବା ଉଚିତ୍ ।

ଏହି ବିଲ୍‌ରେ ଏହା ମଧ୍ୟ ପ୍ରସ୍ତାବ ରହିଛି ଯେ, ଫାଇନାନ୍ସ ବିଲ୍‌ରେ ମ୍ୟୁଚୁଆଲ୍ ଫଣ୍ଡକୁ ଛାଡ କରିବାକୁ ପ୍ରସ୍ତାବ ଦେଇଛି, ନ୍ତେଯଉଁମାନେ ସେମାନଙ୍କ ସମ୍ପତ୍ତିର ୩୫ ପ୍ରତିଶତରୁ କମ୍ ପୁଞ୍ଜି ଇକ୍ୱିଟିରେ ବିନିଯୋଗ କରିଛନ୍ତି, ସେମାନଙ୍କୁ ଦୀର୍ଘକାଳୀନ ପୁଞ୍ଜି ଲାଭରୁ ଟ୍ୟାକ୍ସ ଦେବାକୁ ପଡ଼ିବ ନାହଁ । ଏହିପରି ମ୍ୟୁଚୁଆଲ୍ ଫଣ୍ଡ ଉପରେ ସ୍ୱଳ୍ପ ମିଆଦି ପୁଞ୍ଜି ଲାଭ ଟ୍ୟାକ୍ସ ପ୍ରଯୁଜ୍ୟ ହେବ । ସଂସଦ ଦ୍ୱାରା ଅନୁମୋଦିତ ହେବା ପରେ, ଏହିପରି ମ୍ୟୁଚୁଆଲ୍ ଫଣ୍ଡ ସ୍କିମର କରିଥିବା ଲୋକମାନେ ସେମାନଙ୍କର ସମ୍ପତ୍ତିର ୩୫ ପ୍ରତିଶତ ଇକ୍ୱିଟି ସେୟାରରେ ବିନିଯୋଗ କରନ୍ତି, ସେମାନଙ୍କ ସ୍ଲାବ ଅନୁଯାୟୀ ଟ୍ୟାକ୍ସ ଲାଗିବ ।

Get real time updates directly on you device, subscribe now.