fbpx

କିଷାନଙ୍କ ଆମଦାନୀ ବୃଦ୍ଧି ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା

Advertisement

ନୂଆଦିଲ୍ଲୀ: କିଷାନମାନଙ୍କୁ ଆର୍ଥିକ ଭାବେ ମଜବୁତ ଓ ସଶକ୍ତ କରିବା ପାଇଁ ମୋଦୀ ସରକାର ନିରନ୍ତର ଭାବେ ପ୍ରୟାସ ଜାରି ରଖିଛନ୍ତି । ସେଥିପାଇଁ କେନ୍ଦ୍ର ସରକାର ପିଏମ୍ କିଷାନ ସମ୍ମାନ ନିଧି, ପିଏମ୍ ଫସଲ ବୀମା ଯୋଜନା ସମେତ ଅନେକ ମହତ୍ତ୍ୱାକାଂକ୍ଷୀ ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ଶପଥ ନେବା ପରେ ନରେନ୍ଦ୍ର ମୋଦୀ ସର୍ବପ୍ରଥମେ ପିଏମ୍ ପିଷାନ ସମ୍ମାନ ନିଧିର ଫାଇଲ ଉପରେ ହସ୍ତାକ୍ଷର କରିଥିଲେ । ଏହି ଯୋଜନା ଅଧିନରେ ଦେଶର ପାଖାପାଖି ୧୦ କୋଟି ଯୋଗ୍ୟ କିଷାନଙ୍କୁ ବାର୍ଷିକ ୬ ହଜାର ଟଙ୍କା ପ୍ରଦାନ କରାଯାଇଥାଏ । ପ୍ରତିବର୍ଷ ୨-୨ ହଜାର ଲେଖାଏଁ ତିନୋଟି କିସ୍ତିରେ ଉପଭୋକ୍ତାଙ୍କ ଆକାଉଣ୍ଟକୁ ଏହି ଅର୍ଥରାଶି ଟ୍ରାନ୍ସଫର କରାଯାଇଥାଏ ।

ଏଥିସହିତ କୃଷକଙ୍କ ଆମଦାନୀ ବୃଦ୍ଧି କରିବା ଓ ଜରୁରୀ ସୁବିଧା ପ୍ରଦାନ ପାଇଁ କେନ୍ଦ୍ର ସରକାର କ୍ରମାଗତ କାର୍ଯ୍ୟ ଜାରି ରଖିଛନ୍ତି । କିଷାନମାନଙ୍କର ଆର୍ଥିକ ସ୍ଥିତିରେ ବିକାଶ ପାଇଁ ବ୍ୟାଙ୍କମାନଙ୍କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିର୍ଦ୍ଦେଶ ଦେଇଥିଲେ । କିଷାନ କ୍ରେଡିଟ କାର୍ଡ (କେସିସି) ଧାରୀଙ୍କୁ ସହଜରେ ଲୋନ ଦେବାକୁ ଅର୍ଥମନ୍ତ୍ରୀ କହିଥିଲେ । ପବ୍ଲିକ ସେକ୍ଟର ବ୍ୟାଙ୍କର ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ସମୟରେ ଅର୍ଥମନ୍ତ୍ରୀ ଏନେଇ ଅପିଲ କରିଥିଲେ ।

ସୂଚନାଯୋଗ୍ୟ ଯେ, ୧୯୯୮ ମସିହାରେ କେସିସି ଆରମ୍ଭ ହୋଇଥିଲା । କିଷାନଙ୍କର କ୍ଷେତୀ ସହ ଜଡ଼ିତ ଜିନିଷ କ୍ରୟ କରିବା ଓ ଆବଶ୍ୟକତାକୁ ପୂରଣ କରିବାର ଏହାର ଲକ୍ଷ୍ୟ ରହିଥିଲା । କୃଷି ଲୋନର ଏକ ବଡ଼ ଅଂଶ କେସିସି ଜରିଆରେ ପ୍ରଦାନ କରାଯାଇଥାଏ । କେନ୍ଦ୍ର ସରକାରଙ୍କ ତରଫରୁ କିଛି ସମୟର ବ୍ୟବଧାନ ପରେ କେସିସିକୁ ରିଭ୍ୟୁ କରାଯାଇଥାଏ । ସରକାରଙ୍କ ଅପିଲ ପରେ କେସିସି ଲୋନ ସଂଖ୍ୟାରେ ବୃଦ୍ଧି ଘଟିଛି । ଗତ ତିନି ବର୍ଷ ଧରି ଏ କ୍ଷେତ୍ରରେ କ୍ରମାଗତ ବୃଦ୍ଧି ଦେଇବାକୁ ମିଳୁଛି । ୨୦୨୧ରେ କେସିସିର ଲୋନ ସଂଖ୍ୟା ୭.୩୫ ଲକ୍ଷ କୋଟି ରହିଥିବା ବେଳେ ୨୦୨୨ରେ ତାହା ୮.୧୩ ଲକ୍ଷ କୋଟି ଓ ୨୦୨୩ରେ ୮.୮୫ ଲକ୍ଷ କୋଟିରେ ପହଞ୍ଚି ଯାଇଥିଲା ।

Get real time updates directly on you device, subscribe now.