fbpx

ଆସିଲା ମହାମାରୀ କରୋନାରୁ ବଞ୍ଚିବା ଔଷଧ, ଜାଣନ୍ତୁ ଏହାର ଦାମ

ନୂଆଦିଲ୍ଲୀ, ୨୧/୬: ସାରାଦେଶରେ ହଇଚଇ ସୃଷ୍ଟି କରିଛି ମହାମାରି କରୋନା ଭାଇରସ। ଏହାରି ମଧ୍ୟରେ ଆଜି କରୋନା  ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି। କରୋନା ଭୂତାଣୁର ଔଷଧ ବାହାରିଥିବା ସୂଚନା ମିଳିଛି। ଭାରତୀୟ ଫାର୍ମାସିଟିକାଲ କମ୍ପାନି ଗ୍ଲେନ୍‌ମାର୍କ ତିଆରି କରିଛି କରୋନା ମେଡିସିନ । ଏହି ଔଷଧର ନାମ ଫାବି ଫ୍ଲୁ ରଖିଛି କମ୍ପାନି । ଡିଜିସିଆଇ ଅନୁମତି ପରେ ହିମାଚଳପ୍ରଦେଶରେ ଚାଲିଛି ଔଷଧ ପ୍ରସ୍ତୁତି।ଗୋଟିଏ ବଟିକାର ଦାମ ୩୦୦ ଟଙ୍କା ରଖାଯାଇଥିବା ଜଣାପଡିଛି।

ସାମାନ୍ୟରୁ ମଧ୍ୟମ କରୋନା ଲକ୍ଷଣ ଥିବା ରୋଗୀ ଏହି ଔଷଧ ଖାଇପାରିବେ । ପ୍ରତି ବଟିକାର ଦାମ ୧୦୩ ଟଙ୍କା ରଖାଯାଇଥିବା ବୋଲି ଗ୍ଲେନ୍‌ମାର୍କ ପକ୍ଷରୁ ସୂଚନା ମିଳିଛି । ଫାବି ଫ୍ଲୁ ବଟିକା Favipiravir-200 କମ୍ପୋଜିସନରେ ଉପଲବ୍ଧ ରହିବ।

ଏହି ଔଷଧର ୩୪ ଟିକିଆ ଷ୍ଟ୍ରିପ୍‌ର ସର୍ବାଧିକ ଖୁଚୁରା ମୂଲ୍ୟ ୩ ହଜାର ୫ ଶହ ଟଙ୍କା ରହିବ । ପ୍ରଥମ ଦିନ ୯ଟି ଲେଖାଏଁ ବଟିକା ୨ ଥର ଖାଇବାକୁ ହେବ । ତାପରେ ୧୪ ଦିନ ଯାଏ ୪ଟି ଲେଖାଏଁ ବଟିକା ୨ ଥର ଖାଇବାକୁ ହେବ । ପ୍ରଥମ ମାସରେ ୮୨.୫ ହଜାର ରୋଗୀଙ୍କୁ ବଟିକା ଯୋଗାଇବା ଲକ୍ଷ୍ୟ ରଖାଯାଇ ଥିବା ସୂଚନା ରହିଛି।

Get real time updates directly on you device, subscribe now.