fbpx

ଆପଣଙ୍କ ଖାଇବା ତେଲ ଶୁଦ୍ଧ ନା ଅଶୁଦ୍ଧ, ଜାଣନ୍ତୁ ମାତ୍ର ୨ ମିନିଟରେ

ନୂଆଦିଲ୍ଲୀ: ଖାଇବା ତେଲକୁ ଆମେ ଦୈନିକ ଖାଦ୍ୟ ତିଆରିରେ ବ୍ୟବହାର କରିଥାଉ । ଆଉ ଯଦି ଏହା ଅଶୁଦ୍ଧା ବା ଏଥିରେ କିଛି ମିଶାଯାଇ ତିଆରି କରାଯାଇଥିବ ତେବେ ଏହା ଆମ ଶରୀରରେ ଖରାପ ପ୍ରଭାବ ପକାଇବ । ଏହିପରି ଅଶୁଦ୍ଧ ତେଲର ବ୍ୟବହାର ଯଦି ନିୟମିତ କରାଯାଏ ତେବେ ଆପଣଙ୍କ ଆୟୁଷ କମି କମି ଯିବ । ତେଲର କ୍ୱାଲିଟିକୁ ଖରାପ କରିବା ପାଇଁ ବ୍ୟବସାୟୀ ମାନେ ଏଥିରେ ମେଟନିଲ ୟେଲୋ ଭଳି କୌଣସି ରଙ୍ଗର କିମ୍ବା tri-ortho-cresyl-phosphate(TOCP) ଭଳି କେମିକାଲ ଯଦି ବ୍ୟବହାର କରୁଥାନ୍ତି ତେବେ ଏହାର ପ୍ରଭାବ ଆପଣଙ୍କ ଶରୀର ଉପରେ ଗମ୍ଭୀର ପ୍ରଭାବ ପକାଇପାରେ ।

ଫୁଟ୍ ସେଫ୍ଟୀ ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଅଥରିଟି ଅଫ୍ ଇଣ୍ଡିଆ ବା ଏଫଏସଏସଏଆଇ ପକ୍ଷରୁ ନିକଟରେ ନିଜର ଟୁଇଟର୍ ହ୍ୟାଣ୍ଡେଲରେ ଦୁଇଟି ଭିଡିଓ ସେୟାର୍ କରିଛନ୍ତି । ଏହି ଭିଡିଓରେ ଖାଇବା ତେଲର କ୍ୱାଲିଟି ପରଖିବାର ଖୁବ୍ ସହଜ ତରିକା ସମ୍ପର୍କରେ ଦର୍ଶାଯାଇଛି । ଏହି ଜରିଆରେ ଯେକୌଣସି ଲୋକ ଖୁବ୍ ସହଜରେ ଦୁଇ ମିନିଟ୍ ରେ ତେଲର ଗୁଣବତ୍ତା କୁ ଯାଞ୍ଚ କରିପାରିବ ଓ ଶୁଦ୍ଧ କି ନାହିଁ ତାହା ଜାଣିପାରିବ ।

ଯଦି ଖାଇବା ତେଲରେ ମେଟନିଲ୍ ୟେଲୋ ଭଳି କୌଣସି କଲର୍ ବ୍ୟବହାର କରାଯାଉଛି ତେବେ ଆପଣ ତାକୁ କିଛି ମିନିଟ୍ ଭିତରେ ଡିଟେକ୍ଟ କରିପାରିବେ । ଏଫଏସଏସଏଆଇ ମୁତାବକ, ଏକ ଟେଷ୍ଟ ଟ୍ୟୁବ୍ ରେ ୧ଏମଏଲ୍ ତେଲ ପକାନ୍ତୁ ଏବଂ ୪ଏମଏଳ୍ ର ପାଣି ମିଶାନ୍ତୁ । ତାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏବେ ସେହି ମିଶ୍ରଣର ୨ଏମଏଲ୍ ଅନ୍ୟ ଏକ ଟେଷ୍ଟ ଟ୍ୟୁବ୍ ପକାନ୍ତୁ ଏବଂ ସେଥିରେ ୨ ଏମଏଲ୍ କନ୍ସନ୍ଟ୍ରେଟେଡ୍ ହାଇଡ୍ରୋକ୍ଲୋରିକ୍ ଏସିଡ୍ ପକାନ୍ତୁ ।

ଆପଣ ଦେଖିବେ ଯେ, ଶୁଦ୍ଧ ତେଲର ଉପର ସ୍ତରର ରଙ୍ଗ ଆଦୌ ବଦଳିବ ନାହିଁ । ହେଲେ ଅଶୁଦ୍ଧ ତେଲର ଉପର ସ୍ତରର ରଙ୍ଗ ବଦଳି ଯିବ । ଏହାପରେ ଆପଣଙ୍କୁ ଶୁଦ୍ଧ ଓ ଅଶୁଦ୍ଧ ତେଲ ଭିତରେ ଫରକ ଜଣାପଡ଼ିଯିବ ।

Get real time updates directly on you device, subscribe now.