fbpx

ଅନଲକ ୪.୦ରେ ଖୋଲିବ କି ସ୍କୁଲ, ଜାଣନ୍ତୁ

ନୂଆଦିଲ୍ଲୀ, ୨୫ା୮: ଦେଶ ଓ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଉ ଏକ ସପ୍ତାହକ ମଧ୍ୟରେ କେନ୍ଦ୍ର ପକ୍ଷରୁ ଅନଲକ ୪.୦ ର ଗାଇଡ଼ଲାଇନ ଜାରି କରାଯିବ । ହେଲେ ଏହି ଗାଇଡ଼ ଲାଇନରେ କଣ କଟକଣା ରହିବ ଓ ଉଠିବ ସେନେଇ ସମସ୍ତଙ୍କ ନଜର ରହିଛି । କରୋନା ପାଇଁ ଛାତ୍ରଛାତ୍ରୀଙ୍କ ପାଠପଢାରେ ବେଶ ପ୍ରଭାବ ପଡ଼ିଛି । କିନ୍ତୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଅନଲକ ୪.୦ ରେ ସ୍କୁଲ ଓ କଲେଜ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇପାରେ ।
ଅନ୍ୟପଟେ ମେଟ୍ରୋ ସେବା ଓ ବାର କାଉଣ୍ଟରରେ ମଦ ବିକ୍ରି ନେଇ ମଧ୍ୟ ଅନୁମତି ମିଳିପାରେ ବୋଲି ଚର୍ଚ୍ଚା ଚାଲିଛି । କିନ୍ତୁ ସିନେମା ହଲ, ସାଂସ୍କୃତିକ , ଧାର୍ମିକ ଓ ଅନ୍ୟାନ୍ୟ ଜନସମାଗମକୁ ମଧ୍ୟ ଅନୁମତି ଦିଆଯାଇ ନପାରେ ବୋଲି ଆଭାସ ମିଳିଛି ।

Get real time updates directly on you device, subscribe now.