fbpx

ଗଣେଷ ପୂଜା ନେଇ କଣ ନିର୍ଦ୍ଦେଶ ଦେଲେ ହାଇକୋର୍ଟ, ଜାଣନ୍ତୁ

କଟକ, ୨୦ା୮(ଓଡ଼ିଶା ଭାସ୍କର): ଗଣେଷ ପୂଜା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ହୋଇଥିଲା । ଏହି ମାମଲାର ଶୁଣାଣି କରି ଗଣେଷ ପୂଜା ହେବ କି ନାହିଁ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କଟକ ବୁଢ଼ା ଗଣେଷ ପୂଜା କମିଟି ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ହୋଇଥିଲା । କିନ୍ତୁ ଅନ୍ୟପଟେ ମଣ୍ଡପ ଓ ସର୍ବସାଧାରଣରେ ପୂଜାକୁ ବାରଣ କରିଥିଲା ପୋଲିସ । ଟ୍ୱିନ ସିଟିରେ ମଧ୍ୟ ଗଣେଷ ପୂଜାକୁ ବାରଣ କରିଥିଲା କମିସନରେଟ ପୋଲିସ ।

କଣ୍ଟେନମେଣ୍ଟ ଜୋନ ବାଦ୍ ଅନ୍ୟ ସବୁଠାରେ ପୂଜା ପାଇଁ ଅନୁମତି ଦେବା ପାଇଁ ଆବେଦନ ହୋଇଥିଲା । ପୂଜା ସମୟରେ ଆୟୋଜକ ମାନେ ସାମାଜିକ ଦୂରତା ପ୍ରତି ଧ୍ୟାନ ଦେବେ । ଧର୍ମୀୟ ପରମ୍ପରା ପାଳିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର ଓ ପୂଜା ପାଇଁ ଅନୁମତି ଦିଆଯାଉ ବୋଲି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା ।

Get real time updates directly on you device, subscribe now.